ETV Bharat / bharat

ଆମେରିକାରେ ପ୍ରଥମ ବିଶ୍ବଯୁଦ୍ଧଠୁ କୋରୋନା ମୃତ୍ୟୁ ସଂଖ୍ୟା ଅଧିକ

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଆମେରିକାରେ କୋରୋନା ମୃତକଙ୍କ ସଂଖ୍ୟା ପ୍ରଥମ ବିଶ୍ୱଯୁଦ୍ଧରେ ହୋଇଥିବା ମୃତ୍ୟୁକୁ ଅତିକ୍ରମ କରି ସାରିଲାଣି । ଅଧିକ ପଢନ୍ତୁ...

ପ୍ରଥମ ବିଶ୍ବଯୁଦ୍ଧକୁ ପଛରେ ପକାଇଲା ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା

author img

By

Published : Jun 17, 2020, 5:39 PM IST

ୱାଶିଂଟନ: ବିଶ୍ବରେ କୋରୋନା ମହାମାରୀ ଯୋଗୁଁ ସ୍ଥିତି ଦିନକୁ ଦିନ ଅତି ଭୟଙ୍କର ହୋଇ ଚାଲିଛି । ଚୀନରୁ ସୃଷ୍ଟି ଏହି କୋରୋନା ଏବେ ଆମେରିକାରେ ତାଣ୍ଡବ ରଚୁଛି । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଏବେ ଆମେରିକାରେ କୋରୋନା ମୃତକଙ୍କ ସଂଖ୍ଯା ପ୍ରଥମ ବିଶ୍ୱଯୁଦ୍ଧରେ ହୋଇଥିବା ମୃତ୍ୟୁକୁ ଅତିକ୍ରମ କରି ସାରିଲାଣି । 24 ଘଣ୍ଟା ମଧ୍ୟରେ ଆମେରିକାରେ 740 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି ।

ମଙ୍ଗଳବାର ହୋଇଥିବା ନୂତନ ଆକଳନ ଅନୁଯାୟୀ, ଦେଶର ମୋଟ COVID-19 ମୃତ୍ୟୁ ସଂଖ୍ୟା 116,854 ପହଞ୍ଚିଲାଣି ବୋଲି ବଲ୍ଟିମୋର ବିଶ୍ୱବିଦ୍ୟାଳୟରୁ ଦର୍ଶାଇଛନ୍ତି । ତେବେ ଗତ 24 ଘଣ୍ଟାରେ 23,351 ନୂତନ ମାମଲା ଚିହ୍ନଟ ହୋଇ ସର୍ବମୋଟ ସଂକ୍ରମଣ ସଂଖ୍ୟା 2,134,973ରେ ପହଞ୍ଚିଛି । ପୂର୍ବ ସାତ ଦିନ ତୁଳନାରେ ଜୁନ୍ ଦ୍ୱିତୀୟ ସପ୍ତାହରେ ଆଲାବାମା ଏବଂ ଦକ୍ଷିଣ କାରୋଲିନାରେ COVID-19 ର ନୂତନ ମାମଲା ପ୍ରାୟ ଦ୍ୱିଗୁଣିତ ହୋଇଥିବା ଏକ ରିଟର୍ସ ବିଶ୍ଳେଷଣରୁ ଜଣାପଡିଛି । ଏନେଇ 17 ଟି ରାଜ୍ୟ ରିପୋର୍ଟ କରିଛନ୍ତି ।

ଏପଟେ ଫେଡେରାଲ ରିଜର୍ଭ ଚେୟାର ଜେରୋମ ପାୱେଲ ଚେତାବନୀ ଦେଇଛନ୍ତି ଯେ ମହାମାରୀର ଅବସାନ ନ ଘଟିବା ପର୍ଯ୍ୟନ୍ତ ଆମେରିକାର ଅର୍ଥନୀତି ପୁନରୁଦ୍ଧାର ହେବାର ସମ୍ଭାବନା ନାହିଁ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.