ଥିରୁଅନନ୍ତପୁରମ୍: ଧିରେ ଧିରେ କୋରୋନା ଭାଇରସ ଭାରତରେ ଭୟଗ୍ରସ୍ତ ମାହୋଲ ସୃଷ୍ଟି କରୁଛି । ଭାରତରେ ଆକ୍ରାନ୍ତ ଓ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗୁଛି । ଯାହା ଏବେ ଗମ୍ଭୀର ଓ ଚିନ୍ତାଜନକ ବିଷୟ ପାଲଟିଛି । ଯେଉଁଭଳି ଭାବରେ ବିଶ୍ବର ଅଦ୍ବିତୀୟ ଶକ୍ତିଶାଳୀ ରାଷ୍ଟ୍ରକୁ ମାତ୍ର କେଇ ଦିନ ଭିତରେ କୋରୋନା ଧରାଶାୟୀ ଓ ନିରୂପାୟ କରିଦେଇଥିଲା ଆଗକୁ ଭାରତ ମଧ୍ୟ ସମାନ ନତୁବା ଏହାଠାରୁ ଭୟଙ୍କର ପରିସ୍ଥିତିର ସାମ୍ନା କରିବ । କୋରୋନା ଫଳରେ ଦେଶରେ ସାଧାରଣ ଶିଳ୍ପ ଠାରୁ ଆରମ୍ଭ କରି ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ । ଏବେ କୋରୋନା ଦେଶର ପର୍ଯ୍ୟଟନ ଶିଳ୍ପର ଗନ୍ତାଘର କେରଳ ଉପରେ ପ୍ରହାର କରିଛି । ଏବେ କେରଳ ସରକାର ପେରିୟର ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟକୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଚଳିତ ମାସରେ ଇଡୁକି ଏବଂ ମୁନ୍ନାର ହୋଟେଲଗୁଡ଼ିକୁ ବୁକିଂ ନକରିବାକୁ ଏବଂ ବନ୍ଦ ନକରିବାକୁ ରାଜ୍ୟ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଇଡୁକିରେ ଥିବା ସମସ୍ତ ଇକୋ-ଟୁରିଜିମ୍ କାର୍ଯ୍ୟକଳାପକୁ ରାଜ୍ୟ ପ୍ରଶାସନ ସ୍ଥଗିତ ରଖିଛି ।
ପେରିୟର ଟାଇଗର ରିଜର୍ଭର ଡେପୁଟି ଡାଇରେକ୍ଟର ଶିଳ୍ପା ଭି କୁମାରଙ୍କ ଦ୍ବାରା ଜାରି କରାଯାଇଥିବା ଏକ ସର୍କୁଲାରରେ କୁହାଯାଇଛି ଯେ COVID -19 ବିସ୍ତାର ହେବାର ଭୟ ଥିବାରୁ ରାଜ୍ୟ ସରକାର ଏହିଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ସରକାର ମଙ୍ଗଳବାର କହିଛନ୍ତି ଯେ, କୋରୋନା ପଜେଟିଭ ମାମଲା ପାଇଁ ବର୍ତ୍ତମାନ ସୁଦ୍ଧା 1400ରୁ ଅଧିକ ଲୋକଙ୍କ ଉପରେ ନଜର ରଖାଯାଇଛି ।
ଅନ୍ୟପଟେ ଭୁଟାନରେ COVID-19ରେ ପଜିଟିଭ୍ ରିପୋର୍ଟ ଥିବା ଆମେରିକୀୟ ନାଗରିକଙ୍କ ସମେତ 404 ଭାରତୀୟଙ୍କୁ ଆସାମରେ ଆଣି ରଖାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଭାରତୀୟ ବାୟୁସେନାର C-17 ପରିବହନ ବିମାନରେ 58 ଜଣ ଇରାନରୁ ରହୁଥିବା ପ୍ରବାସୀ ଭାରତୀୟ - 25 ପୁରୁଷ, 31 ମହିଳା ଏବଂ 2 ଶିଶୁ ଇରାନରୁ ଭାରତକୁ ଆସିଛନ୍ତି । ଏବେ ଏହି ପ୍ରଥମ ବ୍ୟାଚ୍ ଉପରେ ନଜର ରଖାଯିବା ସହ ଏବଂ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ହସ୍ପିଟାଲରେ ସ୍ଥିର ରହିଥିବା କୁହାଯାଉଛି ।
@IANS