ETV Bharat / bharat

ଭାରତରେ କୋରୋନା ଆକ୍ରାନ୍ତ ଚିହ୍ନଟ; କର୍ଣ୍ଣାଟକ ସରକାର ଡାକିଲେ ଜରୁରୀକାଳିନ ବୈଠକ

author img

By

Published : Mar 3, 2020, 8:40 AM IST

ତେଲେଙ୍ଗାନାରେ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ କର୍ଣ୍ଣାଟକ ସରକାର ଡାକିଲେ ଜରୁରୀକାଳିନ ବୈଠକ । ଆଜି(ମଙ୍ଗଳବାର) କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି ଶ୍ରୀରାମୁଲୁ ଏହାକୁ ନେଇ ଏକ ଜରୁରୀ ବୈଠକ ଡକାଇଛନ୍ତି ।

CoronaVirus
ତେଲେଙ୍ଗାନାରେ କୋରୋନା ଆକ୍ରାନ୍ତ ଚିହ୍ନଟ; କର୍ଣ୍ଣାଟକ ସରକାର ଡାକିଲେ ଜରୁରୀକାଳିନ ବୈଠକ

ବେଙ୍ଗାଲୁରୁ: ତେଲେଙ୍ଗାନାରେ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ କର୍ଣ୍ଣାଟକ ସରକାର ଡାକିଲେ ଜରୁରୀକାଳିନ ବୈଠକ । ଆଜି(ମଙ୍ଗଳବାର) କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି ଶ୍ରୀରାମୁଲୁ ଏହାକୁ ନେଇ ଏକ ଜରୁରୀ ବୈଠକ ଡକାଇଛନ୍ତି । ତେଲେଙ୍ଗାନାର ପଡୋଶୀ ରାଜ୍ୟ କର୍ଣ୍ଣାଟକ ହୋଇଥିବାରୁ କର୍ଣ୍ଣାଟକ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ସୂଚନା ଥାଉକି, ଦିଲ୍ଲୀ ଓ ତେଲେଙ୍ଗାନାରୁ ଦୁଇ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଉଭୟ ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ତାଙ୍କୁ ପରୀକ୍ଷା ପାଇଁ ହସ୍ପିଟାଲକୁ ପଠାଯାଇଛି । ସେପଟେ ଉଭୟ ରୋଗୀଙ୍କୁ ତୀକ୍ଷ୍ଣ ନଜରରେ ରଖିଛି ସ୍ବତନ୍ତ୍ର ଡାକ୍ତରୀ ଟିମ୍ ।

ଅଧିକ ପଢନ୍ତୁ...ଭାରତରେ କୋରୋନା, ଦୁଇ ଆକ୍ରାନ୍ତ ଚିହ୍ନଟ

ହାଇଦ୍ରାବାଦ ବିମାନ ବନ୍ଦରରେ ଚିହ୍ନଟ ହୋଇଥିବା ଯାତ୍ରୀ ଜଣଙ୍କ ଦୁବାଇରୁ ଯାତ୍ରା କରିଛନ୍ତି । ସେହିପରି ଦିଲ୍ଲୀରେ ଚିହ୍ନଟ ହୋଇଥିବା ଯାତ୍ରୀ ଇଟାଲୀରୁ ଉଡାଣ ଭରିଥିବା ନେଇ ସୂଚନା ମିଳିଛି । ସେପଟେ ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ ସୂଚନା ଦେଇଛନ୍ତି ଡାକ୍ତର ।

ସୌଜନ୍ୟ: ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.