ETV Bharat / bharat

ପ୍ରବାସୀଙ୍କ ଘରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଆସାମ ସରକାର - Containment Zones In Assam

ପ୍ରବାସୀଙ୍କ ଘରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଆସାମ ସରକାର । ଆସାମକୁ ଫେରୁଥିବା ଲୋକଙ୍କ ପାଇଁ ଏହା ନିଷ୍ପତ୍ତି ନିଆଯାଇଛି । ଯାହାଦ୍ବାରା ସଂକ୍ରମଣ ବ୍ୟାପିବାରୁ ରୋକା ଯାଇପାରିବ ।

ପ୍ରବାସୀଙ୍କ ଘରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଆସାମ ସରକାର

author img

By

Published : May 13, 2020, 7:48 AM IST

ଗୌହାଟୀ: ଆସାମକୁ ଫେରୁଥିବା ଲୋକଙ୍କ ପାଇଁ ସରକାରଙ୍କ ନୂଆ ଘୋଷଣା । ରାଜ୍ୟକୁ ଫେରୁଥିବା ସମସ୍ତ ବ୍ୟକ୍ତି କ୍ବାରେନଣ୍ଟାଇନରେ ରହିବାକୁ ବାଧ୍ୟ । ପ୍ରଥମେ ବାଧ୍ୟତାମୂଳକ ଭାବରେ ଆନୁଷ୍ଠାନିକ କ୍ବାରେନଣ୍ଟାଇନରେ ରଖାଯିବ । ଏହାପରେ 14 ଦିନ ପାଇଁ ହୋମ କ୍ବାରେନଣ୍ଟାଇନରେ ରହିବେ । ଆଉ ସେମାନଙ୍କ ଘରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ । ନୂଆଦିଲ୍ଲୀରୁ ଅଟକି ରହିଥିବା କିଛି ଲୋକଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ ଫେରିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର ।

ଏହାସହ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଆନୁଷ୍ଠାନିକ କ୍ବାରେନଣ୍ଟାଇନରେ ରହିବା ସମୟରେ ଯେଉଁମାନଙ୍କ ଦେହରେ ଲକ୍ଷଣ ଦେଖାଦେବ ସେମାନେ ହିଁ କୋଭିଡ-19 ଟେଷ୍ଟ କରିବେ । ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ବାସ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ ବୋଧ ହୁଏ ଫେରିଥିବା ବ୍ୟକ୍ତି ପରିବାର ବର୍ଗଙ୍କ ସହ ମିଳାମିଶା କରିପାରନ୍ତି, କିମ୍ବା ଘର ବାହାରକୁ ଯାଇ ଅନ୍ୟ ଲୋକଙ୍କ ସହ ମିଳାମିଶା କରିପାରନ୍ତି । ଏହାଦ୍ବାରା ଏକ ବୃହତ ଗୋଷ୍ଠିକୁ ମଧ୍ୟ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ସେଥିପାଇଁ ଏହି ସବୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଏହାସହ ସେ କହିଛନ୍ତି ଯେ କ୍ବାରେନଣ୍ଟାଇନରୁ ଯେଉଁବ୍ୟକ୍ତି ଘରକୁ ଯିବେ ତାଙ୍କ ଘରକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯିବ । ଏବଂ ତାଙ୍କ ପରିବାରର କୌଣସି ବ୍ୟକ୍ତି କିଛି ମେଡିକାଲ ସମସ୍ୟ ନଥିଲେ ଘର ବାହାରକୁ ବାହାରିବେ ନାହିଁ । ଏଥିସହ ସେ କହିଛନ୍ତି ଯେ ଅନ୍ୟ ରାଜ୍ୟରୁ ଫେରୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ରହିବା ପାଇଁ ବିଦ୍ୟାଳୟ, କଲେଜ, ଅଙ୍ଗନୱାଡି କେନ୍ଦ୍ରକୁ କ୍ବାରେନଣ୍ଟାଇନ ସେଣ୍ଟରରେ ପରିଣତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆସାମରୁ ଆନୁମାନିକ 6 ଲକ୍ଷ ପ୍ରବାସୀ ଅନ୍ୟ ରାଜ୍ୟରେ ଅଟକି ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.