ETV Bharat / bharat

ବ୍ୟାପୁଛି କୋରୋନା: 300 ଭାରତୀୟଙ୍କ ନମୁନା ନେଇ ଆସୁଛି ଇରାନ ବିମାନ - କୋରୋନା ଇରାନ

ଇରାନର ପରିବହନକାରୀ ବିମାନ ‘ମହାନ’ 300 ରୁ ଅଧିକ ଭାରତୀୟଙ୍କ ରକ୍ତ ନମୁନା ନେଇ ଭାରତରେ ପହଞ୍ଚିବ । ଏହି ବିମାନ ଫେରିବା ସମୟରେ ଇରାନର ସାଧାରଣ ନାଗରିକଙ୍କୁ ଭାରତରୁ ସ୍ବଦେଶ ଫେରାଇ ନେବ । ବିମାନ 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପହଞ୍ଚିବ | ଇରାନରେ ଫସି ରହିଥିବା ଭାରତୀୟଙ୍କ ନମୁନାକୁ ଦିଲ୍ଲୀରେ ପହଞ୍ଚିବା ସହିତ ପରୀକ୍ଷା କରାଯିବ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 6, 2020, 7:35 PM IST

ନୂଆଦିଲ୍ଲୀ: ଚୀନ୍ ସମେତ ବିଶ୍ବର 80ରୁ ଉର୍ଦ୍ଧ୍ବ ଦେଶରେ କୋରୋନା ଭାଇରସ ଭୟ । ଏହାସହ ଭାରତରେ ବି କ୍ରମାଗତ ଭାବରେ ବଢ଼ି ଚାଲିଛି ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଭାରତରେ 32 ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ଇରାନ ବିମାନ ସେଠାରେ ଥିବା 300 ଭାରତୀୟଙ୍କ ନମୁନା ଆଣିବ |

ଇରାନର ପରିବହନକାରୀ ବିମାନ ‘ମହାନ’ 300 ରୁ ଅଧିକ ଭାରତୀୟଙ୍କ ରକ୍ତ ନମୁନା ନେଇ ଭାରତରେ ପହଞ୍ଚିବ । ଏହି ବିମାନ ଫେରିବା ସମୟରେ ଇରାନର ସାଧାରଣ ନାଗରିକଙ୍କୁ ଭାରତରୁ ସ୍ବଦେଶ ଫେରାଇ ନେବ । ବିମାନ 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପହଞ୍ଚିବ | ଇରାନରେ ଫସି ରହିଥିବା ଭାରତୀୟଙ୍କ ନମୁନାକୁ ଦିଲ୍ଲୀରେ ପହଞ୍ଚିବା ସହିତ ପରୀକ୍ଷା କରାଯିବ। ଯଦି ଏହି ପରୀକ୍ଷଣରେ କୋରୋନାଭାଇରସ୍ ବିଷୟରେ ରିପୋର୍ଟ ନେଗେଟିଭ ଆସେ ତେବେ ଯାତ୍ରୀମାନଙ୍କୁ ଇସଲାମ ଦେଶରୁ ଭାରତକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯିବ |

ସୂଚନା ଯେ, ଇରାନରେ ପ୍ରାୟ ଦୁଇ ହଜାର ଭାରତୀୟ ଫସି ରହିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ କାଶ୍ମୀରର କାର୍ଗିଲ ଅଞ୍ଚଳରୁ ଆସିଛନ୍ତି । ଇରାନକୁ ସେମାନେ ଧାର୍ମିକ ଯାତ୍ରାରେ ଯାଇଥିଲେ । କିନ୍ତୁ ଏହି ଭୂତାଣୁ କାୟା ବିସ୍ତାର କରିବା ଆରମ୍ଭ କରିବା ମାତ୍ରେ ଦୁଇ ଦେଶ ମଧ୍ୟରେ ନିୟମିତ ବିମାନ ଚଳାଚଳକୁ ବନ୍ଦ କରିଦିଆଯାଇଥିଲା । ଫଳରେ ସେମାନେ ସେଠାରେ ଅଟକି ରହିଥିଲେ ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଶୁକ୍ରବାର ଦିନ କହିଛନ୍ତି ଯେ, ଇରାନରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଆଲୋଚନା ଜାରି ରହିଛି । ଏହି ଅପରେସନ୍ ଆରମ୍ଭ କରିବା ନେଇ ଭାରତୀୟ ଅଧିକାରୀମାନେ ଇରାନ ପ୍ରତିପକ୍ଷଙ୍କ ସହ ଯୋଗାଯୋଗ କରୁଛନ୍ତି ବୋଲି ସେ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ପ୍ରାୟ 2,000 ଇରାନୀୟ ବର୍ତ୍ତମାନ ଭାରତରେ ଅଛନ୍ତି, ଯେଉଁମାନେ ନିଜ ଦେଶକୁ ଏହି ବିମାନ ଉଡ଼ାଣ କରିବେ ।

ସେଠାରେ ଥିବା ଭାରତୀୟଙ୍କ ଯାଞ୍ଚ କରିବା ପାଇଁ ପୂର୍ବରୁ ଭାରତୀୟ ଡାକ୍ତରୀ ଟିମ୍ ପଠାଯାଇଛି। ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ପ୍ରକ୍ରିୟା ସମ୍ପୂର୍ଣ୍ଣ ଯାଞ୍ଚ ସରିଲେ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.