ବେଜିଂ: ଦିନ ବଢିବା ସହ ବଢିବାରେ ଲାଗିଛି ଚୀନରେ କୋରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା। ଏବେ ସୁଦ୍ଧା 2233 ଲୋକଙ୍କ ମୃତ୍ୟୁ ହେଲାଣି। ଏହାସହ ଶୁକ୍ରବାର ହୁବେଇ ସ୍ଥାନରେ ଶୁକ୍ରବାର 115 ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ଭାଇରସର ଉତ୍ପତିସ୍ଥଳ ହୁବେଇରେ ଏହି ଭାଇରସ ମହାମାରୀ ରୂପ ନେବାରେ ଲାଗିଛି।
ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 75 ହଜାରରେ ପହଞ୍ଚିଲାଣି। ଉହାନରେ ଅଧିକ ସଂଖ୍ୟକ ଆକ୍ରାନ୍ତ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ହୁବେଇ ସ୍ବାସ୍ଥ୍ୟ କମିଶନଙ୍କ କହିବା ଅନୁସାରେ 411 ନୂଆ ରୋଗୀ ଚିହ୍ନଟ କରାଯାଇଥିବା ବେଳେ ଉହାନ ସହରରେ 319 ନୂଆ ରୋଗୀ ରହିଛନ୍ତି। ସେହିପରି ଦକ୍ଷିଣ କୋରିଆରେ ମଧ୍ୟ 52 ନୂଆ କେସ ମିଳିଛି। ଯାହାଫଳରେ ଦେଶରେ ସର୍ବମୋଟ କୋରୋନା ରୋଗୀଙ୍କ ସଂଖ୍ୟା 156ରେ ପହଞ୍ଚିଛି।
ଚୀନ ସରକାରଙ୍କ କହିବା ଅନୁସାରେ, ଏହି ମାରାତ୍ମକ ଭାଇରସରେ ମୃତ୍ୟୁ ସଂଖ୍ୟା ଗଣିବା କଷ୍ଟକର ବ୍ୟାପାର ହୋଇଛି। ଯେଉଁମାନେ ଲାବୋରଟୋରୀ ଟେଷ୍ଟ ପାଇଁ ଆସୁଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଉଛି। ଫେବୃୟାରୀ 13 ସୁଦ୍ଧା ପାଖାପାଖି 14,840 ରୋଗୀଙ୍କ ଶରୀରରେ କୋରୋନା ଭାଇରସ ଚିହ୍ନଟ ହୋଇଛି।