ETV Bharat / bharat

ଅନଲକ-1ରେ ଖୋଲିଲା ଧର୍ମିକସ୍ଥଳ: ମନ୍ଦିରରେ ନା ତିଲକ, ନା ମିଳିବ ପ୍ରସାଦ

author img

By

Published : Jun 8, 2020, 3:58 PM IST

ପାଖାପାଖି 2 ମାସ ପରେ ଠାକୁରଙ୍କୁ ଦର୍ଶନ ସହ ପୂଜାପାଠ ମଧ୍ୟ କରିପାରିବେ । ମାତ୍ର କୋରୋନା ମହାମାରୀକୁ ଦେଖି ଏହି ସମୟରେ ମନ୍ଦିର, ମସଜିଦରେ ନିୟମରେ କିଛି ପରିବର୍ତନ କରାଯାଇଛି ।

coronavirus crisis unlock1
ଅନଲକ-1ରେ ଖୋଲିଲା ଧର୍ମିକସ୍ଥଳ

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ଅନେକ ସ୍ଥାନରେ ଧାର୍ମିକସ୍ଥଳ ଖୋଲିଛି । ମନ୍ଦିର, ମସଜିଦ ଏବଂ ଗୁରୁଦ୍ବାରରେ ଶ୍ରଦ୍ଧାଳୁମାନେ ପାଖାପାଖି 2 ମାସ ପରେ ଠାକୁରଙ୍କୁ ଦର୍ଶନ ସହ ପୂଜାପାଠ ମଧ୍ୟ କରିପାରିବେ । ମାତ୍ର କୋରୋନା ମହାମାରୀକୁ ଦେଖି ଏହି ସମୟରେ ମନ୍ଦିର, ମସଜିଦରେ ନିୟମରେ କିଛି ପରିବର୍ତନ କରାଯାଇଛି । ଯାହାକୁ ନେଇ ସବୁ ରାଜ୍ୟ ନିଜ ନିଜର ଗାଇଡଲାଇନ ଜାରି କରିଛନ୍ତି ।

ମନ୍ଦିରରେ ନା ତିଲକ, ନା ମିଳିବ ପ୍ରସାଦ । ମାସ୍କ ଲଗାଇ ମନ୍ଦିରକୁ ପ୍ରବେଶ କରିବେ ଭକ୍ତ ଓ ଶ୍ରଦ୍ଧାଳୁ । ଭକ୍ତମାନେ ପରସ୍ପରଠାରୁ 6 ଫୁଟର ଦୂରତା ବଜାୟ ରଖିବେ ଓ ମାସ୍କ ପିନ୍ଧିବେ । ସାନିଟାଇଜର ରଖିବା ସହ ସାବୁନରେ ହାତ ଧୋଇବା ବ୍ୟବସ୍ଥା କରାଯିବ । ସାମୂହିକ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ହେବନାହିଁ । ମନ୍ଦିରର ମୂର୍ତ୍ତି ପୁସ୍ତକ ସ୍ପର୍ଶ କରିବା ମନା । ଜୋତା ଚପଲ ନିଜ ଗାଡିରେ ରଖିବା ଭଳି ଗାଇଡଲାଇନ ରହିଛି ।

ମାତ୍ର ଏବେ ବି ଅନେକ ସ୍ଥାନରେ ଥିବା ଧାର୍ମିକସ୍ଥଳୀ ଗୁଡିକରେ ଏବେ ବି ତାଲା ଲାଗିଛି । ଦେଶରେ ଳକଡାଉନ-5 ଅର୍ଥାତ୍ ଅନଲକ-1 ପର୍ଯ୍ୟାୟ ଜୁନ 1ରୁ ଆରମ୍ଭ ହୋଇଯାଇଥିଲେ ମଧ୍ୟ ଆଜିଠାରୁ(ସୋମବାର) ଦେଶରେ ସମର୍ଥ ଧାର୍ମିକ ଅନୁଷ୍ଠାନ ସହ ହୋଟେଲ, ସପିଂ ମଲ ଖୋଲିବା ନେଇ ଅନୁମତି ମିଳିଥିଲେ ମଧ୍ୟ ଏଥିରେ କିଛି କଟକଣା ରହିଛି ।

ତେବେ ମହାରାଷ୍ଟ୍ର, ଝାଡଖଣ୍ଡ, ଗୋଆ ଓ ଓଡିଶା ଭଳି ରାଜ୍ୟରେ ଜୁନ 30 ଯାଏଁ ସମସ୍ତ ଧାର୍ମିକସ୍ଥଳ ବନ୍ଦ ରହିବାକୁ ଘୋଷଣା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.