ETV Bharat / bharat

କୋରୋନା ଭାଇରସ: ଚୀନରେ 24 ଘଣ୍ଟାରେ 27 ମୃତ

author img

By

Published : Mar 8, 2020, 9:23 AM IST

ସମଗ୍ର ଚୀନରେ ଗତ 24 ଘଣ୍ଟା ମଧ୍ୟରେ କୋରୋନା ଭାଇରସର 41ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ 27 ଜଣ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଅଧିକ ପଢନ୍ତୁ...

coronavirus
କୋରୋନା ଭାଇରସ

ବେଜିଂ: କୋରୋନା ଭାଇରସର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସମଗ୍ର ଚୀନରେ ଗତ 24 ଘଣ୍ଟା ମଧ୍ୟରେ କୋରୋନା ଭାଇରସର 41ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ 27 ଜଣ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଚୀନରେ ଏବେସୁଦ୍ଧା 3,097 ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ପ୍ରାୟ 80,695 ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି ।

ତେବେ ଚୀନ ସ୍ବାସ୍ଥ୍ୟ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ 1660 ଜଣ ବ୍ୟକ୍ତି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଅନ୍ୟପକ୍ଷରେ ଚିକିତ୍ସିତ ହେଉଥିବା 20,500 ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ 5,260 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି ।

ଚୀନ ସମେତ ସମଗ୍ର ବିଶ୍ବରେ ଏବେ ଏହି ଭାଇରସ ଆତଙ୍କ ସୃଷ୍ଟି କରିଛି । କୋରୋନା ଭାଇରସ ମୋଟ 95ଟି ଦେଶକୁ ବ୍ୟାପିଥିବା ବେଳେ ଭାଇରସ ଜନିତ ମୃତ୍ୟୁ ସଂଖ୍ୟା 3510ରେ ପହଞ୍ଚିଛି । ସେହିପରି ପ୍ରାୟ 101927 ଜଣ ଲୋକ ଭାଇରସରେ ସଂକ୍ରମିତ ହୋଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.