ETV Bharat / bharat

କୋଭିଡ-19ର ଟାର୍ଗେଟରେ କମ୍ପ୍ୟୁଟର କିବୋର୍ଡ ଓ ଫୋନ ଡିସପ୍ଲେ ! - କୋଭିଡ 19

ସ୍ମାର୍ଟଫୋନର ଡିସପ୍ଲେ ଓ କମ୍ପ୍ୟୁଟର କିବୋର୍ଡରେ ସର୍ବାଧିକ ବ୍ୟାକ୍ଟେରିଆ ଓ ଜୀବାଣୁ ରହିଥାଆନ୍ତି । କାରଣ ଆମେ ଦିନସାରା ସର୍ବାଧିକ ଏହି ଦୁଇଟି ଜାଗାକୁ ଛୁଇଁଥାଉ । ଅଧିକ ପଢନ୍ତୁ...

କୋଭିଡ 19ର ଟାର୍ଗେଟ କମ୍ପୁଟର କିବୋର୍ଡ ଓ ଫୋନ ଡିସପ୍ଲେ !

author img

By

Published : Apr 11, 2020, 12:38 AM IST

ହାଇଦ୍ରାବାଦ: କୋରୋନା ଭୂତାଣୁ ଅନେକ ସ୍ଥାନରେ ଖୁବଶୀଘ୍ର ବ୍ୟାପିଥାଏ । ଆମ ହାତ, ମୁହଁ ଛଡା ଆହୁରି କିଛି ସ୍ଥାନରେ ଏହା ଅନେକ ଦିନ ରହିଥାଏ । ସେଥିପାଇଁ ସାବଧାନ ସହକାରେ ସମସ୍ତ ଜାଗା ବ୍ୟବହାର କରିବାକୁ ପଡିବ । ଗବେଷକଙ୍କ ଅନୁସାରେ ଫୋନ ଡିସପ୍ଲେ ଓ କମ୍ପ୍ୟୁଟରର କିବୋର୍ଡରେ ଏହି ଭୂତାଣୁ ବହୁତ ଦିନ ରହିପାରନ୍ତି ।

ପୂର୍ବରୁ ଆମେ ସମସ୍ତେ ଜାଣିଛେ ଯେ ସ୍ମାର୍ଟଫୋନର ଡିସପ୍ଲେ ଓ କମ୍ପ୍ୟୁଟର କିବୋର୍ଡରେ ସର୍ବାଧିକ ବ୍ୟାକ୍ଟେରିଆ ଓ ଜୀବାଣୁ ରହିଥାଆନ୍ତି । କାରଣ ଆମେ ଦିନସାରା ସର୍ବାଧିକ ଏହି ଦୁଇଟି ଜାଗାକୁ ଛୁଇଁଥାଉ । ତେବେ କୋରୋନା ଭାଇରସ ମଧ୍ୟ ଏଠାରେ ଅନେକ ସମୟ ତିଷ୍ଠିପାରେ । ଏହି ଭୂତାଣୁ କମ୍ପ୍ୟୁଟର କିବୋର୍ଡରେ 3ରୁ 4 ଦିନ ରହିପାରେ । ଏହିସବୁ ଜାଗାରେ ଆମେ ଦିନସାରା ଅଧିକ ସମୟ ହାତ ମାରିଥାଉ । ଫଳରେ ସେମାନେ ଏହାଦ୍ବାରା ଆମ ଶରୀରରେ ପ୍ରବେଶ କରିଥାନ୍ତି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଗବେଷଣା ଅନୁସାରେ କୌଣସି ଗ୍ଲାସ ବା କାଚ ଜାଗାରେ ଏହି ଭୂତାଣୁ 96 ଘଣ୍ଟା ଅର୍ଥାତ 4 ଦିନ ରହିପାରେ । ସେହିପରି ଷ୍ଟିଲ ଅବା ହାର୍ଡ ପ୍ଲାଷ୍ଟିକରେ ଏହା 72 ଘଣ୍ଟା ଅର୍ଥାତ 3 ଦିନ ରହିଥାଏ । କମ୍ପ୍ୟୁଟର କିବୋର୍ଡ ଓ ଫୋନର ଡିସପ୍ଲେ ପ୍ଲାଷ୍ଟିକ, କାଚ ଅବା ଫାଇଭରେ ତିଆରି । ଏଠାରେ ଏହି ଭୂତାଣୁ ଖୁବ ସହଜରେ ବ୍ୟାପିଥାନ୍ତି । ଥରେ ଏଠାରେ ରହିଗଲେ ଏମାନଙ୍କୁ ମଣିଷ ଶରୀରରେ ବ୍ୟାପିବାର ଅନେକ ରାସ୍ତା ମିଳିଥାଏ ।

ଆଜିର ଯୁଗରେ ଯେଉଁଠି ସ୍ମାର୍ଟଫୋନ, ଲାପଟପ, ଟାବଲେଟ ବିନା ଲୋକେ ଦିନ ଆରମ୍ଭ କରୁନାହାନ୍ତି ସେଠାରେ ଏହି ଖବର ନିଶ୍ଚିତ ଚିନ୍ତାଜନକ । ବର୍ତ୍ତମାନର ପରିସ୍ଥିତିରେ ଏହା କିନ୍ତୁ ଗୁରୁତ୍ବପୂର୍ଣ୍ଣ । କାରଣ ଲକଡାଉନ ବେଳେ ଆମେ ସମସ୍ତେ ଘରେ ଥିବାବେଳେ ସ୍ମାର୍ଟଫୋନ ହିଁ ଆମର ଏକମାତ୍ର ମନୋରଞ୍ଜନର ମାଧ୍ୟମ ପାଲଟିଛି । ତେଣୁ ଏହାର ବ୍ୟବହାର ସହ ସୁରକ୍ଷା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.