ETV Bharat / bharat

ବିବାହ ଉତ୍ସବରୁ 53 କୋରୋନା ପଜିଟିଭ ଚିହ୍ନଟ - ବିବାହ ଉତ୍ସବ ବନିଲା କୋରୋନା ହଟସ୍ପଟ

ଆମେରିକାର ମିଲିନୋକେଟ ବିବାହ ଉତ୍ସବ ବନିଲା କୋରୋନା ହଟସ୍ପଟ । ବିବାହକୁ ଆସିଥିବା 53 ଜଣ ଅତିଥି ବାହାରିଲେ କୋରୋନା ପଜିଟିଭ୍ । ତେବେ ଏହି ହଟସ୍ପଟ ମାମଲା ସାମ୍ନାକୁ ଆସିବା ପରେ ଅଧିକାରୀମାନେ କଣ୍ଟାକ୍ଟ ଟ୍ରେସିଙ୍ଗ ଆରମ୍ଭ କରିଛନ୍ତି। ଅଧିକ ପଢନ୍ତୁ...

ବିବାହ ଉତ୍ସବ ବନିଲା କୋରୋନା ହଟସ୍ପଟ, 53 ଜଣ ଅତିଥି ବାହାରିଲେ ପଜିଟିଭ୍

author img

By

Published : Aug 24, 2020, 12:58 PM IST

ୱାଶିଂଟନ: ଆମେରିକାର ମିଲିନୋକେଟ ବିବାହ ଉତ୍ସବ ବନିଲା କୋରୋନା ହଟସ୍ପଟ । ବିବାହକୁ ଆସିଥିବା 53 ଜଣ ଅତିଥି ବାହାରିଲେ କୋରୋନା ପଜିଟିଭ୍ । 7 ଅଗଷ୍ଟରେ ଆୟୋଜିତ ବିବାହ ଉତ୍ସବରେ 65 ଜଣ ଲୋକ ଯୋଗ ଦେଇଥିଲେ । ରିପୋର୍ଟ ଅନୁଯାୟୀ ଶୁକ୍ରବାର ଦିନ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଆଉ ଏହି ମହିଳା ଅତିଥିଙ୍କ ସହ ଯୋଗାଯୋଗରେ ଆସ କୋରୋନା ଆକ୍ରାନ୍ତ ହୋଇଥିଲେ। ଯଦିଓ ସେ ଏହି ବିବାହ ଉତ୍ସବରେ ଯୋଗ ଦେଇ ନଥିଲେ ।

ତେବେ ଏହି ସଂକ୍ରମିତ 53 ଜଣଙ୍କ ବୟସ ଚାରି ବର୍ଷରୁ 78 ବର୍ଷ ବୟସ ଅଟେ। ଅଧିକାଂଶ ଲୋକଙ୍କ ପାଖରେ କୋରୋନା ଲକ୍ଷଣ 4 ଦିନ ପରେ ହିଁ ଦେଖା ଦେଇଥିଲା । ତେବେ ସେମାନଙ୍କ ମଧ୍ୟରୁ 13 ପ୍ରତିଶତ ଲୋକଙ୍କ ପାଖରେ କୋରୋନା ଲକ୍ଷଣ ଦେଖାଯାଇ ନ ଥିଲା ବୋଲି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିଡିସିର ନିର୍ଦ୍ଦେଶକ ନିରବ ଶାହା କହିଛନ୍ତି ।

କୁହାଯାଉଛି ଯେ, ଘଟଣାରେ ଜଡିତ ଜଣେ ବ୍ୟକ୍ତିଙ୍କ ଠାରୁ ଏହି ସଂକ୍ରମଣ ଆରମ୍ଭ ହୋଇଥିଲା । କାରଣ ସେ ଫେସ୍ ମାସ୍କ ବ୍ୟବହାର କରିନଥିଲେ । ତେବେ ଏହି ହଟସ୍ପଟ ମାମଲା ସାମ୍ନାକୁ ଆସିବା ପରେ ଅଧିକାରୀମାନେ କଣ୍ଟାକ୍ଟ ଟ୍ରେସିଙ୍ଗ ଆରମ୍ଭ କରିଛନ୍ତି। ବିବାହ ରିସେପସନ୍ ଦ୍ୱାରା ସଂକ୍ରମିତ ହୋଇଥିବା ଲୋକଙ୍କ ସହିତ ଯୋଗାଯୋଗ କରୁଥିବା ଲୋକମାନଙ୍କୁ ଚିହ୍ନଟ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.