ETV Bharat / bharat

କୋରୋନାକୁ ନାସ କରିବ ହର୍ବାଲ ଚା': ମାଡାଗାସ୍କର ରାଷ୍ଟ୍ରପତି

ମାଡାଗାସ୍କର ରାଷ୍ଟ୍ରପତି ଆଣ୍ଡ୍ରେ ରାଜୋଏଲିନ୍ କୋରୋନା ଜୀବାଣୁ ଚିକିତ୍ସା ପାଇଁ ଆନୁଷ୍ଠାନିକ ଭାବରେ ହର୍ବାଲ୍ ଚା' ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 22, 2020, 1:30 PM IST

Corona will be eliminated from herbal tea
କୋରୋନାକୁ ନାସ କରିବ ହର୍ବାଲ ଚା'

ଆଣ୍ଟାନାନାରିଭୋ: କୋରୋନା ଭାଇରସ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି ଏବଂ ଲକ୍ଷ ଲକ୍ଷ ଉଦ୍ୟମ ସତ୍ତ୍ବେ ବୈଜ୍ଞାନିକ, ବିଶେଷଜ୍ଞ ଏବଂ ଡାକ୍ତରମାନେ ଏହାର ଉପଶମ ପାଇବାରେ ସକ୍ଷମ ହୋଇ ନାହାଁନ୍ତି। ଏହି ଭାଇରସକୁ ଦୂର କରିବା ପାଇଁ ପ୍ରତିଦିନ ଏକ ନୂଆ ଦାବି କରାଯାଏ । ବର୍ତ୍ତମାନ ଏହି କ୍ରମରେ ମାଡାଗାସ୍କରର ରାଷ୍ଟ୍ରପତି ଏକ ହର୍ବାଲ ଚା' ଆରମ୍ଭ କରିଛନ୍ତି ଯେ, ଏହା କରୋନା ଜୀବାଣୁକୁ ସମ୍ପୂର୍ଣ୍ଣ ରୂପେ ହଟାଇବ।

Corona will be eliminated from herbal tea
କୋରୋନାକୁ ନାସ କରିବ ହର୍ବାଲ ଚା': ମାଡାଗାସ୍କର ରାଷ୍ଟ୍ରପତି

ମାଡାଗାସ୍କର ରାଷ୍ଟ୍ରପତି ଆଣ୍ଡ୍ରେ ରାଜୋଏଲିନ୍ କୋରୋନା ଜୀବାଣୁ ଚିକିତ୍ସା ପାଇଁ ଆନୁଷ୍ଠାନିକ ଭାବରେ ହର୍ବାଲ୍ ଚା' ଆରମ୍ଭ କରିଛନ୍ତି । ରାଷ୍ଟ୍ରପତି ତାଙ୍କ ମନ୍ତ୍ରୀ, କୂଟନୀତିଜ୍ଞ ଏବଂ ସାମ୍ବାଦିକମାନଙ୍କ ମଧ୍ୟରେ ଇନଷ୍ଟିଚ୍ୟୁଟ୍ ଅଫ୍ ଆପ୍ଲାଏଡ୍ ରିସର୍ଚ୍ଚର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଏହାର ପରୀକ୍ଷା କରାଯାଇଛି ଏବଂ 2 ଜଣଙ୍କୁ ସଫଳତାର ସହିତ ଚିକିତ୍ସା କରାଯାଇଛି ।

ସେ କହିଥିଲେ ଯେ ତୁମକୁ ଦେଖାଇବା ପାଇଁ ମୁଁ ଏହି ଉତ୍ପାଦକୁ ସମସ୍ତଙ୍କ ସାମ୍ନାରେ ପିଇବି, ଯାହା ପ୍ରମାଣ କରିବ ଯେ ଏହା ଚିକିତ୍ସା କରେ, ହତ୍ୟା କରେ ନାହିଁ । ଏହି ହର୍ବାଲ ଚା'କୁ ରାଷ୍ଟ୍ରପତି ଦ୍ରା କୋଭିଡ ଅର୍ଗାନିକ୍ସ ନାମରେ ନାମିତ କରିଛନ୍ତି । ଏହା ଆର୍ଟେମିସିଆ ନାମକ ଏକ ପ୍ଲାଣ୍ଟରେ ପ୍ରସ୍ତୁତ କରାଯାଇଛି । ମ୍ୟାଲେରିଆର ଚିକିତ୍ସାରେ ଏହି ଉଦ୍ଭିଦ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି ।

ଏହି ହର୍ବାଲ୍ ଚା' ତିଆରି କରିବା ପାଇଁ ସ୍ଥାନୀୟ ଔଷଧୀୟ ବ୍ୟବହାର କରାଯାଇଛି ଏବଂ ଏହା କୋଭିଡ୍ ଅର୍ଗାନିକ୍ସ ପ୍ରୋଫାଇଲକ୍ସିସ୍ ଆକାରରେ ହେବ ବୋଲି କୁହାଯାଇଛି ଯାହା କୋରୋନା ଜୀବାଣୁ ରୋକିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ସୂଚନାମୁତାବକ, ମାଡାଗାସ୍କରରେ 12ଟି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେଠାରେ କାହାର ମୃତ୍ୟୁ ହୋଇଥିବା ଜଣାପଡିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.