ETV Bharat / bharat

ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ କୋରୋନା ସଂକ୍ରମିତ, ଟ୍ରମ୍ପଙ୍କ ରିପୋର୍ଟ ନେଗେଟିଭ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ କୋରୋନା ସଂକ୍ରମିତ । ଆମେରିକାର ନୌସେନାର ଏହି ସହାୟକ କୋରୋନା ପଜେଟିଭ ଜଣାପଡିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଚିନ୍ତା ବଢିଯାଇଛି । ଏହାପରେ ତୁରନ୍ତ ଟ୍ରମ୍ପଙ୍କ କୋରୋନା ପରୀକ୍ଷା କରାଯାଇଛି ।

author img

By

Published : May 8, 2020, 8:38 AM IST

trump personal valets
ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ କୋରୋନା ସଂକ୍ରମିତ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ କୋରୋନା ସଂକ୍ରମିତ । ଆମେରିକାର ନୌସେନାର ଏହି ସହାୟକ କୋରୋନା ପଜେଟିଭ ଜଣାପଡିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଚିନ୍ତା ବଢିଯାଇଛି । ଏହାପରେ ତୁରନ୍ତ ଟ୍ରମ୍ପଙ୍କ କୋରୋନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି।

ବ୍ୟକ୍ତିଗତ ସହାୟକ ଆମେରିକା ନୌସେନାର ଏକ ସାମରିକ ସଦସ୍ୟ ଅଟନ୍ତି । ଯେଉଁମାନେ ହ୍ବାଇଟ ହାଉସ ପ୍ରତି ଉତ୍ସର୍ଗୀକୃତ ଥାଆନ୍ତି। ସେମାନେ ପ୍ରାୟ ରାଷ୍ଟ୍ରପତି ଏବଂ ପ୍ରଥମ ପରିବାରର ପାଖଲୋକ ଅଟନ୍ତି । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଯେତେବେଳେ ଏହି ଖବର ବିଷୟରେ ସୂଚନା ଦିଆଯାଇଥିଲା ସେତେବେଳେ ସେ ଉଦାସ ହୋଇଯାଇଥିଲେ। ଘନିଷ୍ଠ ସହାୟକ କୋରୋନା ଆକ୍ରାନ୍ତ ଜାଣିବା ପରେ ହ୍ବାଇଟ ହାଉସର ଡାକ୍ତରମାନେ ରାଷ୍ଟ୍ରପତି ଟ୍ରମ୍ପଙ୍କ ତୁରନ୍ତ କୋରୋନା ପରୀକ୍ଷା କରିଥିଲେ।

ହ୍ବାଇଟ ହାଉସର ଡେପୁଟି ପ୍ରେସ ସଚିବ ହୋଗନ ଗିଦଲେ ଏକ ବିବୃତ୍ତିରେ କହିଛନ୍ତି ଯେ, ହ୍ବାଇଟ ହାଉସ ମେଡିକାଲ ୟୁନିଟ ଦ୍ୱାରା ଆମକୁ ସୂଚନା ଦିଆଯାଇଥିଲା ଯେ ହ୍ବାଇଟ ହାଉସ କ୍ୟାମ୍ପସରେ କାର୍ଯ୍ୟ କରୁଥିବା ଆମେରିକା ସୈନିକର ଜଣେ ସଦସ୍ୟ କୋରୋନା ଆକ୍ରାନ୍ତ ବୋଲି ଜଣାପଡିଛନ୍ତି । ସେ କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ବ୍ୟତୀତ ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କ କୋରୋନା ପରୀକ୍ଷା କରାଯାଇଛି । ଯେଉଁଥିରେ ଉଭୟଙ୍କ ରିପୋର୍ଟ ନେଗେଟିଭ ଆସିଛି। ସେ ଦୁହେଁ ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ତେବେ ବ୍ୟକ୍ତିଗତ ସହାୟକ (ଭାଲେଟ୍) ବିଭିନ୍ନ ବ୍ୟକ୍ତିଗତ କାର୍ଯ୍ୟ ସହିତ ରାଷ୍ଟ୍ରପତି ଏବଂ ପ୍ରଥମ ପରିବାର ପାଇଁ କାର୍ଯ୍ୟ କରନ୍ତି । ସେମାନେ କେବଳ ୱେଷ୍ଟ ୱିଙ୍ଗରେ ରାଷ୍ଟ୍ରପତିଙ୍କ ଖାଦ୍ୟ ଏବଂ ପାନୀୟ ପରିଚାଳନା କରନ୍ତି ନାହିଁ ବରଂ ରାଷ୍ଟ୍ରପତି ରାସ୍ତାରେ କିମ୍ବା ଦେଶ ବାହାରେ ଥିବାବେଳେ ତାଙ୍କ ସହ ଯାତ୍ରା ମଧ୍ୟ କରନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.