ନୂଆଦିଲ୍ଲୀ: କୋରୋନା ଭାଇରସର ପ୍ରଭାବ ଦିଲ୍ଲୀ ସ୍ଥିତ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ରେ ଦେଖିବାକୁ ମିଳିଛି । ଏନଜିଟି ପ୍ରିନସିପାଲ ବେଞ୍ଚ ବା କର୍ମଚାରୀମାନଙ୍କ ଅଫିସରେ ପ୍ରବେଶ ପାଇଁ ବାୟୋମେଟ୍ରିକ ମେସିନର ବ୍ୟବହାର ଉପରେ ରୋକ ଲଗାଯାଇଛି ।
ମାର୍ଚ୍ଚ 31 ସୁଦ୍ଧା ବାୟୋମେଟ୍ରିକ ଆଟେଣ୍ଡାନ୍ସ ଉପରେ ରୋକ ହେବା ନେଇ ଏନଜିଟିର ରେଜିଷ୍ଟର ଆଶୁ ଗର୍ଗ ଏକ ନୋଟିଫିକେସନ ଜାରି କରିଛନ୍ତି । ନୋଟିଫିକେସନ ମୁତାବିକ ମାର୍ଚ୍ଚ 31 ପର୍ଯ୍ୟନ୍ତ ଏନଜିଟି କର୍ମଚାରୀ ବାୟୋମେଟ୍ରିକ ଆଟେଣ୍ଡାନ୍ସ ବଦଳରେ ମ୍ୟାନୁଆଲ ଜରିଆରେ ପ୍ରବେଶ କରିବେ । ଦିଲ୍ଲୀ ସରକାରଙ୍କ ଆଜଭାଇଜାରି ପରେ ଏନଜିଟି ଏହି ନିଷ୍ପତ୍ତି ନେଇଛି ।
ସେହିପରି ଦିଲ୍ଲୀରେ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ପ୍ରାଇମେରୀ ସ୍କୁଲ ବନ୍ଦ ନେଇ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ