ନୂଆଦିଲ୍ଲୀ: ଚୀନରୁ ସୃଷ୍ଟ କୋରୋନା ଭାଇରସ ଏବେ ସାରା ବିଶ୍ବରେ କୋକୁଆ ଭୟ ଖେଳାଇଛି । ପ୍ରଥମେ ଭାରତର କେରଳରେ ଏହି ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋମବାର ରାଜଧାନୀ ଦିଲ୍ଲୀରେ 4 ଆକ୍ରାନ୍ତ ଚିହ୍ନଟ ହୋଇଛି ।
ତେବେ ଉକ୍ତ 4 ଆକ୍ରାନ୍ତଙ୍କୁ ସ୍ଥାନୀୟ RML ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଛି । ସେମାନଙ୍କଠାରୁ ରକ୍ତ ନମୁନା ନିଆଯାଇ ସାରିଛି । ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ରିପୋର୍ଟ ଆସିଯିବ ବୋଲି ସୂଚନା ରହିଛି ।
ଉଲ୍ଲେଖଥାଉ କି, ଉକ୍ତ ଭାଇରସ ପାଇଁ ବିଶ୍ବବ୍ୟାପୀ ପ୍ରାୟ 64,000 ଲୋକେ ଆକ୍ରାନ୍ତ ହୋଇଛନ୍ତି। ଯାହାର ଉତ୍ପତି ଚୀନର ୱାହାନରେ ହୋଇଛି ।