ETV Bharat / bharat

କୋରୋନା ଭାଇରସ: କେରଳର 2 ଜଣ ସଂକ୍ରମଣ ମୁକ୍ତ - corona virus infection

କୋରୋନା ଭାଇରସରେ ଆକ୍ରାନ୍ତ ଥିବା କେରଳର 3 ଜଣ ରୋଗୀଙ୍କ ମଧ୍ୟରୁ 2 ଜଣ ସଂକ୍ରମଣ ମୁକ୍ତ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

corona virus
କୋରୋନା ଭାଇରସ
author img

By

Published : Feb 17, 2020, 10:58 AM IST

ନୂଆଦିଲ୍ଲୀ: ଚୀନ ସମେତ ବିଶ୍ବର ଅନେକ ଦେଶରେ କୋରୋନା ଭାଇରସରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏନେଇ ଭାରତକୁ ଆଶ୍ବସ୍ତି ମିଳିଛି । ଭାଇରସରେ ଆକ୍ରାନ୍ତ ଥିବା କେରଳର 3 ଜଣ ରୋଗୀଙ୍କ ମଧ୍ୟରୁ 2 ଜଣ ସଂକ୍ରମଣ ମୁକ୍ତ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ସୂଚନା ମୁତାବକ, ଚୀନରୁ ଫେରିଥିବା କେରଳର 3 ଜଣ ବ୍ୟକ୍ତି କୋରୋନା ଭାଇରସରେ ଆକ୍ରାନ୍ତ ଥିଲେ । ସେମାନଙ୍କୁ କେରଳର ଭିନ୍ନ ଭିନ୍ନ ଡାକ୍ତରଖାନାର ଆଇସୋଲେଶନ ୱାର୍ଡରେ ରଖି କରି ଚିକିତ୍ସା କରାଯାଉଥିଲା । ତେବେ ପୂର୍ବରୁ ଜଣଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବାରୁ ତାଙ୍କୁ ଡିସଚାର୍ଜ କରିଦିଆଯାଇଥିଲା । ସୋମବାର ଦ୍ବିତୀୟ ରୋଗୀଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ମଧ୍ୟ ହସ୍ପିଟାଲରୁ ଡିସ୍‌ଚାର୍ଜ କରିଦିଆଯାଇଛି । ଅନ୍ୟପକ୍ଷରେ ତୃତୀୟ ରୋଗୀ ଏବେ ମଧ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ଚୀନରେ କୋରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ରବିବାର 1765କୁ ପହଞ୍ଚିଛି । ସେପଟେ ଆକ୍ରାନ୍ତ ସଂଖ୍ୟା 67 ହଜାରରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.