ETV Bharat / bharat

ଇସ୍କନ ମନ୍ଦିରରେ ନାହିଁ ସାନିଟାଇଜର, ଗୋମୁତ୍ରରେ ହାତ ଧୋଇଲେ ଲୋକେ - iskcon temple juhu used cow urine as hand sanitiser gaumutra

ମୁମ୍ବାଇର ଇସ୍କନ ଜୁହୁ ମନ୍ଦିରରେ ଗୋମୁତ୍ରକୁ ହ୍ୟାଣ୍ଡ ସାନିଟାଇଜର ରୂପେ ବ୍ୟବହାର କରାଯାଉଥିବା ସାମ୍ନାକୁ ଆସିଛି । ଏହି ଘଟଣା ମାର୍ଚ୍ଚ 15ର ହୋଇଥିବାବେଳେ ଏହି ଘଟଣାକୁ ନେଇ ଏବେ ଦେଖାଦେଇଛି ବିବାଦ ।

iskcon temple juhu
ଇସ୍କର୍ଣ୍ଣ ମନ୍ଦିରରେ ଗୋମୁତ୍ର ବ୍ୟବହାର ଉପରେ ବିବାଦ
author img

By

Published : Mar 17, 2020, 9:53 AM IST

ମୁମ୍ବାଇ: ଦେଶରେ ମହାମାରୀର ରୂପ ନେଇଥିବା କୋରୋନା ଭାଇରସ କାରଣରୁ ସମସ୍ତ ଧର୍ମାନୁଷ୍ଠାନ ମାନଙ୍କରେ ସତର୍କତା ରହିବାକୁ ସାନିଟାଇଜର ଓ ମାସ୍କର ବ୍ୟବହାର କରିବାକୁ କୁହାଯାଇଛି । ମାତ୍ର ମୁମ୍ବାଇର ଜୁହୁ ସ୍ଥିତ ଇସ୍କନ ମନ୍ଦିରରେ ଗୋମୁତ୍ରକୁ ହ୍ୟାଣ୍ଡ ସାନିଟାଇଜର ରୂପେ ବ୍ୟବହାର କରାଯାଉଥିବା ସାମ୍ନାକୁ ଆସିଛି । ଏହି ଘଟଣା ମାର୍ଚ୍ଚ 15ର ହୋଇଥିବାବେଳେ ଏହି ଘଟଣାକୁ ନେଇ ଏବେ ଦେଖାଦେଇଛି ବିବାଦ ।

iskcon temple juhu
ଇସ୍କର୍ଣ୍ଣ ମନ୍ଦିରରେ ଗୋମୁତ୍ର ବ୍ୟବହାର ଉପରେ ବିବାଦ

ମିଳିଥିବା ଖବର ଅନୁସାରେ, ମନ୍ଦିରରେ ଆଲକୋହଲ ଯୁକ୍ତ ସାନିଟାଇଜର ସରି ଯାଇଥିବାରୁ, ଗୋମୁତ୍ରକୁ ସାନିଟାଇଜର ରୂପେ ବ୍ୟବହାର କରାଯାଉଥିଲା । ଯାହାକୁ ନେଇ ମନ୍ଦିରରେ ଥିବା ରୋଷେଇ ଶାଳାକୁ ଯାଉଥିବା ଜଣେ ବ୍ୟକ୍ତି ଦେଖିବା ପରେ ଆପତ୍ତି ଉଠାଇଛନ୍ତି ।

ରାଜୁ ନାୟର ନାମକ ଏହି ବ୍ୟକ୍ତି ଜଣକ ଏହାକୁ ନେଇ ସୋସିଆଲ ମିଡିଆରେ ଟ୍ବିଟ କରି ଆପତ୍ତି ଉଠାଇଛନ୍ତି । ଯାହା ପରେ ମନ୍ଦିର ପଦାଧିକାରୀ ନିଜ ସ୍ପଷ୍ଟିକରଣ ରଖିବାକୁ ଯାଇ କହିଛନ୍ତି ଯେ, ହାତ ସଫା କରିବାକୁ ଦିଆଯାଇଥିବା ଗୋମୁତ୍ର (ଗୋଅର୍କ) ଯାହା ହାତରେ ଥିବା ଜୀବାଣୁକୁ ସମ୍ପୂର୍ଣ୍ଣ ରୂପେ ନାଶ କରିବାର କ୍ଷମତା ଦେଇଥାଏ ।

ବ୍ୟକ୍ତି ଜଣକ ଟ୍ବିଟରରେ ଲେଖିଛନ୍ତି ଯେ, 'ଆଜି ମୋର ଜଣେ ବନ୍ଧୁ ମୋତେ ଅନ୍ଧେରିର ଇସ୍କନ ମନ୍ଦିର ଭିତରେ ଥିବା ରୋଷେଇ ଶାଳାକୁ ନେଇଯାଇଥିଲେ । ସୁରକ୍ଷା ଯାଞ୍ଚ ପରଖିବା ପରେ ସେ ମୋତେ ମୋ ହାତ ଦେଖାଇବାକୁ କହିଥିଲେ । ଏହାପରେ ସେ ମୋ ହାତରେ ଅନେକ କିଛି ସ୍ପ୍ରେ କରିଥିଲେ । ଯାହା ଅତି ଭୟଙ୍କର ଦୁର୍ଗନ୍ଧ ହେଉଥିଲା । ମୁଁ ଏହା କଣ ବୋଲି ପ୍ରଶ୍ନ ପଚାରିବାରୁ ସେ ମୋତେ ଏହା ଗୋଅର୍କ ବୋଲି କହିଥିଲେ । ଯାହା ଗୋମୁତ୍ରରୁ ପ୍ରସ୍ତୁତ ହୋଇଥାଏ ।' ଏହାର ଉପଯୋଗ କରିବା ଦ୍ବାରା ହାତରେ ଜୀବାଣୁକୁ ନାଶ କରିଥାଏ ବୋଲି ଅଧିକାରୀ ଜମକ କହିଛନ୍ତି । ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଅନେକ ତୁମ୍ବି ତୋଫାନ ଦେଖିବାକୁ ମିଲୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.