ETV Bharat / bharat

ମହାରାଷ୍ଟ୍ରରେ ରେକର୍ଡ ଭାଙ୍ଗିଲା କୋରୋନା, ଗୋଟିଏ ଦିନରେ 552 ଆକ୍ରାନ୍ତ - ମହାରାଷ୍ଟ୍ର କୋରୋନା ନ୍ୟୁଜ

ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ 552 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 12 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

corona upadate
ମହାରାଷ୍ଟ୍ରରେ ରେକର୍ଡ ଭାଙ୍ଗିଲା କୋରୋନା
author img

By

Published : Apr 20, 2020, 10:41 AM IST

ମୁମ୍ବାଇ: ସମଗ୍ର ଦେଶ ବର୍ତ୍ତମାନ କୋରୋନା ଭାଇରସ ବିରୁଦ୍ଧରେ ଲଢେଇ ଜାରି ରଖିଛି । ଏହି ମାରାତ୍ମକ ମହାମାରୀ ମହାରାଷ୍ଟ୍ରକୁ ଅଧିକ ପ୍ରଭାବିତ କରିଛି। ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ 552 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 12 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ବର୍ତ୍ତମାନ ମହାରାଷ୍ଟ୍ରରେ କୋରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 223 ଜଣଙ୍କର ମୃତ୍ୟୁ ଘଟିଛି । ଯାହା ସମଗ୍ର ଦେଶରେ ସର୍ବାଧିକ ଅଟେ । ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4200ରେ ପହଞ୍ଚିଛି।

କେବଳ ରାଜଧାନୀ ମୁମ୍ବାଇରେ 2724 ଜଣଙ୍କର କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । କେବଳ ମୁମ୍ବାଇରେ ଏହି ମାରାତ୍ମକ ଭାଇରସ କାରଣରୁ 132 ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହାମଧ୍ୟରେ 507 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ହେବାର କାରଣ ବହୁ ସଂଖ୍ୟାରେ ଲୋକ କୋରୋନା ପରୀକ୍ଷା କରୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.