ETV Bharat / bharat

କିଛି ଦିନର ବ୍ୟବଧାନ ପରେ ଦିଲ୍ଲୀରେ ପୁଣି ବଢିଲା କୋରୋନା ସଂକ୍ରମଣ - ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ

ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବାବେଳେ ଏବେ ପୁଣିଥରେ ବଢିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ 2509ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମଣ 1.80 ଲକ୍ଷକୁ ବୃଦ୍ଧି ପାଇଛି, ଯାହା ଗତ 2 ମାସରେ ସର୍ବାଧିକ । ଅଧିକ ପଢନ୍ତୁ...

ରାଜଧାନୀ ଦିଲ୍ଲୀରେ ପୁଣି ବଢ଼ିଲା ସଂକ୍ରମଣ, ଗତ ୨ ମାସରେ ସର୍ବାଧିକ

author img

By

Published : Sep 3, 2020, 12:23 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବାବେଳେ ଏବେ ପୁଣିଥରେ ବଢିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ 2509 ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମଣ 1.80 ଲକ୍ଷକୁ ବୃଦ୍ଧି ପାଇଛି । ୨ ମାସ ମଧ୍ୟରେ ଦିଲ୍ଲୀରେ ଏହା ସର୍ବାଧିକ ସଂକ୍ରମଣ । ଏହାପୂର୍ବରୁ, ଜୁଲାଇ 3ରେ, 2520 ରେ ନୂଆ କୋରୋନା ରୋଗୀ ଦିଲ୍ଲୀରେ ଗୋଟିଏ ଦିନରେ ଚିହ୍ନଟ ହୋଇଥିଲା । ଏହା ପରେ ଗତ 2 ମାସ ଧରି ଦିଲ୍ଲୀରେ କୋରୋନା ରୋଗୀଙ୍କ ସଂଖ୍ୟାରେ କ୍ରମାଗତ ହ୍ରାସ ଘଟିଥିଲା। ଜୁଲାଇ 3 ପରେ ଏହା ପ୍ରଥମଥର ଯେତେବେଳେ ଦିଲ୍ଲୀରେ କୋରୋନା ରୋଗୀଙ୍କ ସଂଖ୍ୟା ଗୋଟିଏ ଦିନରେ 2505ରୁ ଅଧିକ ହୋଇଛି ।

ମଙ୍ଗଳବାର ଦିନ ଦିଲ୍ଲୀରେ 2312ଟି ନୂଆ କୋରୋନା ମାମଲା ରିପୋର୍ଟ ହୋଇଥିବା ବେଳେ, ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ସେମାନଙ୍କ ସଂଖ୍ୟା 2509କୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ, 1858 କୋରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ 19 ଜଣଙ୍କର କୋରୋନାରେ ମୃତ୍ୟୁ ଘଟିଥିବା ବେଳେ ଦିଲ୍ଲୀରେ ମୋଟ 4,481 ଲୋକ ପ୍ରାଣ ହରାଇଛନ୍ତି।

ରିପୋର୍ଟ ହୋଇଛି ଯେ ଜାତୀୟ ରାଜଧାନୀରେ ମୋଟ 1,79,569 ଜଣ ବ୍ୟକ୍ତି କୋରୋନା ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 1,58,586 ଜଣ ସୁସ୍ଥ ହୋଇଛନ୍ତି। ଦିଲ୍ଲୀରେ ବର୍ତ୍ତମାନ 16,502 ସକ୍ରିୟ ମାମଲାଥିବା ବେଳେ 8,407 ଜଣ ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀ ଡାକ୍ତରଖାନାଗୁଡ଼ିକରେ କୋରୋନା ରୋଗୀଙ୍କ ପାଇଁ 14,146 ଶଯ୍ୟା ସଂରକ୍ଷିତ କରାଯାଇଛି । ତେବେ କେଉଁ କାରଣ ପାଇଁ ଦିଲ୍ଲୀରେ ହଠାତ୍‌ ସଂକ୍ରମଣ ବଢ଼ିଗଲା ସେନେଇ ପ୍ରଶ୍ନ ଉଠିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.