ETV Bharat / bharat

ବିଗୁଡୁଛି ପରିସ୍ଥିତି, ବାହାରୁଛନ୍ତି ଶହ ଶହ ଆକ୍ରାନ୍ତ

author img

By

Published : May 20, 2020, 6:43 AM IST

ମଙ୍ଗଳବାର ତାମିଲନାଡୁରେ 601ଟି ନୂଆ କେସ ବାହାରିଛି । ତାମିଲନାଡୁ ସହ ତାଳ ଦେଇ ଆଗଉଛି ଗୁଜରାଟ । ଗତ 24 ଘଣ୍ଟାରେ ଏଠାରେ 395 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ବିଗୁଡୁଛି ପରିସ୍ଥିତି, ବାହାରୁଛନ୍ତି ଶହ ଶହ ଆକ୍ରାନ୍ତ
ବିଗୁଡୁଛି ପରିସ୍ଥିତି, ବାହାରୁଛନ୍ତି ଶହ ଶହ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ଅତ୍ୟନ୍ତ ଭୟଙ୍କର ରୂପ ନେଇଛି । ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର ଥିବାବେଳେ ଗୁଜରାଟ ଓ ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ବିପୁଳ ମାତ୍ରାରେ ବଢିବାରେ ଲାଗିଛି । ସେହିପରି ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ମଧ୍ୟ ପଜିଟିଭ ସଂଖ୍ୟା 5000 ପାଖାପାଖି ପହଞ୍ଚିଲାଣି ।

ମଙ୍ଗଳବାର ତାମିଲନାଡୁରେ 601ଟି ନୂଆ କେସ ବାହାରିଛି । ଏହାସହ 3 ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ମୋଟ 12 ହଜାର 448 କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଏଥିରୁ 7466ଟି ଆକ୍ଟିଭ କେସ ରହିଛି । ମୃତ୍ୟୁସଂଖ୍ୟା 84 ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ତାମିଲନାଡୁ ସହ ତାଳ ଦେଇ ଆଗଉଛି ଗୁଜରାଟ । ଗତ 24 ଘଣ୍ଟାରେ ଏଠାରେ 395 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଠାରେ ମୋଟ ଆକ୍ରାନ୍ତ 12 ହଜାର 141 ଛୁଇଁଛି । ଏଥିରୁ 5043 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 719 ଜଣଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଥିବା ରାଜ୍ୟ ସରକାର କହିଛନ୍ତି ।

ରାଜସ୍ଥାନରେ ମଙ୍ଗଳବାର 338ଟି ମାମଲା ବାହାରିଛି । ଅନେକ ଦିନ ପରେ ଏଠାରେ ଏତେ ମାତ୍ରାରେ ଆକ୍ରାନ୍ତ ବାହାରିଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5845 ଛୁଇଁଛି । ମଙ୍ଗଳବାର 5ଟି ମୃତ୍ୟୁ ସହ ଏବେ ସୁଦ୍ଧା ମୋଟ 143 ଜଣଙ୍କର କୋରୋନାରେ ପ୍ରାଣ ଯାଇଛି ।

ସେହିପରି ଉତ୍ତର ପ୍ରଦେଶରେ 24 ଘଣ୍ଟାରେ ନୂଆ 323ଟି କୋଭିଡ 19 କେସ ସ୍ପଷ୍ଟ ହୋଇଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ମୋଟ ଆକ୍ରାନ୍ତ 4926 ପହଞ୍ଚିଛି । ଏହାସହ ମୃତ୍ୟସଂଖ୍ୟା 135 ରହିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.