ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ବଢି ଚାଲିଛି କୋରୋନା ସଂକ୍ରମଣ ମାମଲା । ଦିନକୁ ଦିନ ପଜିଟିଭ ମାମଲା ରେକର୍ଡ କରୁଥିବା ବେଳେ ଆଜି ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ 83 ହଜାର 883 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କିଲର କୋରୋନାରେ 1043 ଜଣ ପ୍ରାଣ ହରାଇଛନ୍ତି । ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି 38 ଲକ୍ଷ 53 ହଜାର 406ରେ । ସେହିପରି ମୃତ୍ୟୁସଂଖ୍ୟା 67 ହଜାର 376କୁ ବୃଦ୍ଧି ପାଇଛି । ସେହିପରି ଆରୋଗ୍ୟଙ୍କ ସଂଖ୍ୟା ୨୯ ଲକ୍ଷ ଟପିବା ସହ ଆରୋଗ୍ୟ ହାର ୭୬.୯୮ ପ୍ରତିଶତକୁ ବୃଦ୍ଧି ପାଇଛି।
ତେବେ ଦେଶରେ ସକ୍ରିୟ ମାମଲା ଗତ କିଛି ସପ୍ତାହ ମଧ୍ୟରେ ବୃଦ୍ଧି ପାଇ ୮ ଲକ୍ଷ ଅତିକ୍ରମ କରିଛି । ଆମେରିକା ପରେ ବିଶ୍ବରେ ସର୍ବାଧିକ ସକ୍ରିୟ ମାମଲା ଭାରତରେ ହିଁ ଦେଖିବାକୁ ମିଳିଛି । ଦେଶରେ ଏବେ ମୋଟ୍ ୩୭ ଲକ୍ଷ ୬୯ ହଜାର ୫୨୩ ଜଣ କୋରୋନା ସଂକ୍ରମିତ ହୋଇଥିବା ବେଳେ ମୋଟ୍ 29 ଲକ୍ଷ 70 ହଜାର କୋରୋନାରୁ ସୁସ୍ଥ ହୋଇଛନ୍ତି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୨୧.୨୬ ପ୍ରତିଶତ । ଅନ୍ୟପକ୍ଷେ ମୃତ୍ୟୁହାର ୧.୭୬ ପ୍ରତିଶତକୁ ହ୍ରାସ ପାଇଛି । ସେପ୍ଟେମ୍ବର 2 ସୁଦ୍ଧା କୋରୋନାର ମୋଟ 4.55 ନିୟୁତ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ବୁଧବାର କେବଳ 11 ଲକ୍ଷ ନମୂନା ପରୀକ୍ଷା କରାଯାଇଛି ।
ତେବେ ଭାରତର ଅଗଷ୍ଟ ମାସର ସଂକ୍ରମଣ ମାମଲା ବିଶ୍ବରେ ସର୍ବାଧିକ । ତେବେ ମୋଟ ସୁସ୍ଥ ରୋଗୀଙ୍କ ମଧ୍ୟରୁ 30 ପ୍ରତିଶତ ମହାରାଷ୍ଟ୍ର ଏବଂ ତାମିଲନାଡୁରରୁ ଆସିଛନ୍ତି। ଦେଶର 10 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଦିଲ୍ଲୀରୁ (88.50 ପ୍ରତିଶତ), ବିହାର (87.90), ତାମିଲନାଡୁ (86.20), ପଶ୍ଚିମବଙ୍ଗ (83), ରାଜସ୍ଥାନ (81.90), ଗୁଜୁରାଟରୁ (80.80 ପ୍ରତିଶତ)ରୁ ଅଧିକ ସୁସ୍ଥ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ