ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ତଥାପି ଦିନକରେ 45,230 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 496 ଜଣ ମୃତ୍ୟୁବରଣ କରିଛନ୍ତି ।
ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 82,29,313କୁ ବୃଦ୍ଧି ପାଇଥିବାବେଳ ଦିନକରେ 496 ଜଣଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା 1,22,607ରେ ପହଞ୍ଚିଛି । ସେପଟେ 24 ଘଣ୍ଟାରେ 53,285 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା 75,44,798 ରହିଛି । ଅନ୍ୟପଟେ 5,61,908 ଟି ସକ୍ରିୟ ମାମଲା ରହିଛି ।
ନଭେମ୍ବର 1 ତାରିଖ ସୁଦ୍ଧା ମୋଟ 11,07,43,103 ଟି ସାମ୍ପୁଲ ଟେଷ୍ଟ କରାଯାଇଥିବା ଆଇସିଏମଆର ପକ୍ଷରୁ ଜଣାପଡିଛି । ତେବେ କେବଳ ଗତକାଲି ହିଁ 8,55,800ଟି ସାମ୍ପୁଲ ଟେଷ୍ଟ କରାଯାଇଛି ।
@ANI