ETV Bharat / bharat

କୋରୋନା ସନ୍ଦେହରେ ହସ୍ପିଟାଲରେ ଭର୍ତ୍ତି ଥିବା ଯୁବକ ନିଖୋଜ - କୋରୋନା ସନ୍ଦେହରେ ହସ୍ପିଟାଲରେ ଭର୍ତ୍ତି ଥିବା ଯୁବକ ନିଖୋଜ

ହାଇଦ୍ରାବାଦ ଗାନ୍ଧୀ ହସ୍ପିଟାଲରୁ କୋରୋନା ସନ୍ଦିଗ୍ଧ ନିଖୋଜ । 15 ଦିନ ହେବ ନିଖୋଜ ଥିବା ପରିବାର ପକ୍ଷରୁ ଅଭିଯୋଗ । ଅଧିକ ପଢନ୍ତୁ...

କୋରୋନା ସନ୍ଦେହରେ ହସ୍ପିଟାଲରେ ଭର୍ତ୍ତି ଥିବା ଯୁବକ ନିଖୋଜ

author img

By

Published : Jun 15, 2020, 12:16 PM IST

ହାଇଦ୍ରାବାଦ: କୋରୋନା ସନ୍ଦେହରେ ହସ୍ପିଟାଲରେ ଭର୍ତ୍ତି ଥିବା ବ୍ୟକ୍ତି ନିଖୋଜ । ଗତ 15 ଦିନ ହେବ ହସ୍ପିଟାଲରୁ ନିଖୋଜ ଥିବା ପରିବାର ପକ୍ଷରୁ ଅଭିଯୋଗ ଅଣାଯାଇଛି । ବ୍ୟକ୍ତି ଜଣକ ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ନିଖୋଜ ନରେନ୍ଦ୍ର ସିଂଙ୍କ ଭାଇ ମୁକେଶ କହିଛନ୍ତି, ସ୍ବାସ୍ଥ୍ୟବସ୍ଥା ଖବର ହେବାରୁ ପ୍ରଥମେ ନରେନ୍ଦ୍ରଙ୍କୁ କିଙ୍ଗ କୋଟି ହସ୍ପିଟାଲରେ ଭର୍ତ୍ତି କରିବା ପରେ ଗାନ୍ଧୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚଳିତ ମାସ 2 ତାରିଖ ଦିନ ନରେନ୍ଦ୍ର କେବଳ ତାଙ୍କ ପଡୋଶୀଙ୍କ ସହ କଥାବାର୍ତ୍ତା ହୋଇଥିଲା । ଏହି ଘଟଣାକୁ 15 ଦିନ ହୋଇଯାଇଥିଲେ ମଧ୍ୟ ନରେନ୍ଦ୍ରଙ୍କ କୌଣସି ଖୋଜଖବର ନାହିଁ ।

ସେପଟେ ଏହି ଘଟଣାରେ ମଙ୍ଗଳଘାଟ ପୋଲିସ ଷ୍ଟେସନର ଇନ୍ସପେକ୍ଟର ଜି.ରଣବୀର ରେଡ୍ଡୀ କହିଛନ୍ତି, ପରିବାର ପକ୍ଷରୁ ଜୁନ 6 ରେ ଅଭିଯୋଗ କରାଯାଇଥିଲା । ସେ କୌଣସି ସଂକ୍ରମିତ ନଥିଲେ । ନରେନ୍ଦ୍ରଙ୍କ ବିଷୟରେ କୌଣସି ପତ୍ତା ମିଳିପାରୁନାହିଁ । ଏହାସହ ସେ କହିଛନ୍ତି ସେ ସର୍ଚ୍ଚ ଅପରେସନ ଜାରି ରହିଥିବା କହିଛନ୍ତି ।

ପୂର୍ବରୁ ରାଜ୍ୟ ସରକାର ଗାନ୍ଧୀ ହସ୍ପିଟାଲକୁ କେବଳ କୋଭିଡ ସଂକ୍ରମିତଙ୍କ ଚିକିତ୍ସା କରାଯିବା ନେଇ ଘୋଷଣା କରାଯାଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.