ETV Bharat / bharat

କୋରୋନା ଯୋଗୁଁ ଦୀର୍ଘସ୍ଥାୟୀ ଅର୍ଥନୈତିକ ବିକାଶର ପଥ ଅବରୁଦ୍ଧ

ଆକଳନ କରାଯାଇଛି ଯେ, ଗତ ବର୍ଷ ବିଶ୍ବର ପ୍ରାୟ 69 କୋଟି ଲୋକଙ୍କ କ୍ଷେତ୍ରରେ ଉପଯୁକ୍ତ ପୁଷ୍ଟିକର ଖାଦ୍ୟର ଅଭାବ ଦେଖାଦେଇଥିଲା । ହେଲେ, ଏ ବର୍ଷର ପରିସଂଖ୍ୟାନରୁ ଯେଉଁ ନୂତନ ସମୀକରଣ ସାମନାକୁ ଆସିଛି, ସେଥିରେ କୋଭିଡ୍‌-19 ପ୍ରାଦୁର୍ଭାବ ଯୋଗୁଁ ପୂର୍ବ ବର୍ଷର ଏହି ସଂଖ୍ୟାରେ ଆହୁରି 1 କୋଟି 32 ଲକ୍ଷ ଲୋକ ସାମିଲ ହୋଇପାରନ୍ତି ବୋଲି ‘ଇଣ୍ଡିଆନ୍‌ ଚ୍ୟାମ୍ବର ଅଫ୍‌ ଫୁଡ୍‌ ଆଣ୍ଡ ଏଗ୍ରିକଲ୍‌ଚର’ ପକ୍ଷରୁ ପ୍ରକାଶିତ ତଥ୍ୟାବଳୀରେ ଦର୍ଶାଯାଇଛି ।

କୋରୋନା ଯୋଗୁଁ ଦୀର୍ଘସ୍ଥାୟୀ ଅର୍ଥନୈତିକ ବିକାଶର ପଥ ଅବରୁଦ୍ଧ
କୋରୋନା ଯୋଗୁଁ ଦୀର୍ଘସ୍ଥାୟୀ ଅର୍ଥନୈତିକ ବିକାଶର ପଥ ଅବରୁଦ୍ଧ
author img

By

Published : Jul 17, 2020, 1:32 PM IST

‘ଦାରିଦ୍ର୍ୟ’ର ନାଗଫାଶ ସାରା ବିଶ୍ବରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ କବଳିତ କରିଛି । ମିଳିତ ଜାତିସଂଘର ସଦ୍ୟତମ ରିପୋର୍ଟରେ ପ୍ରକାଶ ପାଇଛି ଯେ, କୋଭିଡ୍‌-19 ବିଶ୍ବ ମହାମାରୀ ପ୍ରକୋପରେ ଜୀବିକା ହରାଇଥିବା ଲକ୍ଷ ଲକ୍ଷ ଲୋକ ଉତ୍କଟ ଦାରିଦ୍ର୍ୟ ଓ କ୍ଷୁଧା ସହିତ ଜୀବନ ବିତାଇବାକୁ ବାଧ୍ୟ ହୋଇଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚେତାବନୀ ଦେବାରେ ଲାଗିଛି ଯେ, ମୌଳିକ ପୂର୍ବସତର୍କତା ଅବଲମ୍ବନ କରା ନଗଲେ କୋରୋନା ସଂକଟ ନିଶ୍ଚିତ ଭାବରେ ଉଗ୍ର ରୂପ ନେବ । ସାରା ବିଶ୍ବର 1.31 କୋଟି ଲୋକଙ୍କୁ ସଂକ୍ରମିତ କରିସାରିଥିବା କୋରୋନାରେ କେବଳ ଯେ 5.72 ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ତାହା ନୁହେଁ, ବରଂ ବିଭିନ୍ନ ରାଷ୍ଟ୍ରର ଅର୍ଥବ୍ୟବସ୍ଥାକୁ ଏହା ଚୂର୍ଣ୍ଣବିଚୂର୍ଣ୍ଣ କରିବା ସହିତ ଲୋକଙ୍କ ଜୀବନଧାରଣର ମାନରେ ଘୋର ଅବନତି ଘଟାଇଛି । ଆକଳନ କରାଯାଇଛି ଯେ, ଗତ ବର୍ଷ ବିଶ୍ବର ପ୍ରାୟ 69 କୋଟି ଲୋକଙ୍କ କ୍ଷେତ୍ରରେ ଉପଯୁକ୍ତ ପୁଷ୍ଟିକର ଖାଦ୍ୟର ଅଭାବ ଦେଖାଦେଇଥିଲା । ହେଲେ, ଏ ବର୍ଷର ପରିସଂଖ୍ୟାନରୁ ଯେଉଁ ନୂତନ ସମୀକରଣ ସାମନାକୁ ଆସିଛି, ସେଥିରେ କୋଭିଡ୍‌-19 ପ୍ରାଦୁର୍ଭାବ ଯୋଗୁଁ ପୂର୍ବ ବର୍ଷର ଏହି ସଂଖ୍ୟାରେ ଆହୁରି 1 କୋଟି 32 ଲକ୍ଷ ଲୋକ ସାମିଲ ହୋଇପାରନ୍ତି ବୋଲି ‘ଇଣ୍ଡିଆନ୍‌ ଚ୍ୟାମ୍ବର ଅଫ୍‌ ଫୁଡ୍‌ ଆଣ୍ଡ ଏଗ୍ରିକଲ୍‌ଚର’ ପକ୍ଷରୁ ପ୍ରକାଶିତ ତଥ୍ୟାବଳୀରେ ଦର୍ଶାଯାଇଛି ।

ନିକଟରେ ସଂପାଦିତ କେତେକ ଅନୁଧ୍ୟାନରୁ ପ୍ରକାଶ ଯେ, ବିଶ୍ବର ପ୍ରାୟ 300 କୋଟି ଲୋକଙ୍କ ପାଖରେ ନିଜ ପାଇଁ ସ୍ବାସ୍ଥ୍ୟପ୍ରଦ ଏବଂ ପୁଷ୍ଟିକାରକ ଖାଦ୍ୟ କିଣିବାକୁ ସମ୍ବଳ ନାହିଁ । କୋରୋନା ଯୋଗୁଁ ନିଯୁକ୍ତି ସୁଯୋଗ ହ୍ରାସ ଏବଂ ବୟସ୍କମାନେ ଚାକିରି ହରାଉଥିବା ବେଳେ ପିଲାମାନଙ୍କ କ୍ଷେତ୍ରରେ, ସ୍କୁଲ ବନ୍ଦ ରହିଥିବାରୁ ସେମାନେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରୁ ବଞ୍ଚିତ ହେଉଛନ୍ତି ଏବଂ ବୟସ ନିର୍ବିଶେଷରେ ସମସ୍ତେ, ସେଇ ସମାନ ଅନାହାର ଏବଂ ଦାରିଦ୍ର୍ୟ ସମ୍ମିଳିତ ଏକ ବୃହତ୍‌ ସଂକଟର ସମ୍ମୁଖୀନ ହୋଇଛନ୍ତି । ଏଭଳି ସ୍ଥିତିରେ, କୋରୋନା ବିଭିନ୍ନ ସରକାରଙ୍କୁ ଏକ ଦ୍ବନ୍ଦ୍ବପୂର୍ଣ୍ଣ ସ୍ଥିତିକୁ ଠେଲି ଦେଇଛି ଯେ, ଯଦି ସେମାନେ ସବୁ ନାଗରିକଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଅନ୍ତି ତେବେ, 2030 ସୁଦ୍ଧା ସ୍ବାସ୍ଥ୍ୟସେବା କ୍ଷେତ୍ରର ଖର୍ଚ୍ଚ ବାବଦରେ ଅତି କମ୍‌ରେ 1,30,000 ଡଲାର ବଞ୍ଚାଇ ପାରିବେ କି ନାହିଁ । ବିଶ୍ବ ଅର୍ଥନୀତି ଗଭୀର ମାନ୍ଦାବସ୍ଥା ଆଡ଼କୁ ଗତି କରୁଥିବା ବେଳେ 2030 ସୁଦ୍ଧା ଯେଉଁ ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା, ତାହା ସମ୍ଭବ ହେବା ନେଇ ଆଶଙ୍କା ବଢ଼ିବାରେ ଲାଗିଛି । କୋରୋନା ସହିତ ବନ୍ୟା ଓ ପଙ୍ଗପାଳ ଆକ୍ରମଣ ପରି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସାଧାରଣ ଲୋକଙ୍କ ସାମାଜିକ ଜୀବନଯାପନ ସ୍ଥିତି ନିମ୍ନମୁଖୀ ହେବାରେ ଲାଗିଛି ।

2015ରେ, ମିଳିତ ଜାତିଂସଘ ଦ୍ବାରା ସ୍ଥିରୀକୃତ 17ଟି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ସମ୍ବଳିତ କାର୍ଯ୍ୟସୂଚୀରେ 193ଟି ଦେଶ ସମ୍ମତି ପ୍ରଦାନ କଲେ । ପ୍ରଗତି ପଥରେ ବିଶ୍ବର ଅବଶିଷ୍ଟ ସମସ୍ତ ଦେଶକୁ ସଂଯୋଜିତ କରିବାକୁ ଏହା ସ୍ଥିର କରାଯାଇଥିଲା । ଆଗକୁ ପନ୍ଦର ବର୍ଷ ପାଇଁ ଯୋଜନା ପରିଚାଳନା କ୍ଷେତ୍ରରେ ପ୍ରଗତିଶୀଳତାର ବାର୍ଷିକ ଆକଳନ ନିମନ୍ତେ ଅଭିଯାନ ଆରମ୍ଭ କରିଥିବା ଭାରତ ଭଳି ଦେଶକୁ କୋଭିଡ୍‌ ଶକ୍ତ ଆଘାତ ଦେଇଛି । ପ୍ରଥମ ଲକ୍ଷ୍ୟ ହେଉଛି ସାରା ବିଶ୍ବରେ ଦାରିଦ୍ର୍ୟ ଦୂରୀକରଣ ଏବଂ ଦ୍ବିତୀୟଟି ହେଉଛି କ୍ଷୁଧା ନିବାରଣ । ଉତ୍ତମ ସ୍ବାସ୍ଥ୍ୟ ଏବଂ କଲ୍ୟାଣମୂଳକ କାର୍ଯ୍ୟକ୍ରମ, ଗୁଣାତ୍ମକ ଶିକ୍ଷା, ଲିଙ୍ଗଭିତ୍ତିକ ସମାନତା ଭଳି ଅନ୍ୟାନ୍ୟ ଲକ୍ଷ୍ୟ ଏଥିରୁ ଅନୁସୃତ ହେବ ।

ଗତ ପାଞ୍ଚ ବର୍ଷ ଧରି ଏହି ସବୁ ଲକ୍ଷ୍ୟ ପୂରଣ ଦିଗରେ ଭାରତ ପ୍ରୟାସ କରିଆସୁଥିବା ସମୟରେ ଏହି ପ୍ରାଣଘାତୀ ଭୂତାଣୁର ଏକମାତ୍ର ଆଘାତ ବିଶ୍ବ ମହାମାରୀର ରୂପ ନେବା ସହିତ ଭାରତୀୟ ଅର୍ଥନୀତିର ସ୍ଥିତିକୁ ପୁଣି ପ୍ରାରମ୍ଭିକ ସ୍ତରରେ ପହଞ୍ଚାଇ ଦେଇଛି । ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ଦିଗରେ ପଦକ୍ଷେପ ସ୍ବରୂପ ଦେଶର ଅର୍ଥନୈତିକ ଲକ୍ଷ୍ୟ ହାସଲ ନିମନ୍ତେ ପ୍ରତି ବର୍ଷ ବିଭିନ୍ନ ରାଜ୍ୟରେ ଅର୍ଥନୈତିକ ମାନଦଣ୍ଡର ସମୟୋପଯୋଗୀ ସମୀକ୍ଷା କରିଆସୁଥିବା ଭାରତ ଏବେ ଆହୁରି ସଂକଟଜନକ ସ୍ଥିତିର ସମ୍ମୁଖୀନ ହୋଇଛି । ଏକ ସପ୍ତାହ ତଳେ ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ସମଗ୍ର ବିଶ୍ବର ଅଧା କର୍ମଶକ୍ତି, ଅର୍ଥାତ୍‌ ମୋଟ ପ୍ରାୟ 160 କୋଟି ଶ୍ରମିକ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରନ୍ତି ଏବଂ ସେମାନଙ୍କ ରୋଜଗାର ହ୍ରାସ ପାଇଥିବା କାରଣରୁ ବିଶ୍ବ ଅର୍ଥନୈତିକ ସୂଚକାଙ୍କ ମଧ୍ୟ ଦ୍ରୁତ ହାରରେ ନିମ୍ନଗାମୀ ହୋଇଛି । ବିଭିନ୍ନ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଏବଂ ଅନ୍ୟାନ୍ୟ ପୁଷ୍ଟିଯୋଗାଣ କାର୍ଯ୍ୟକ୍ରମରେ ଅନ୍ତରାୟ ସୃଷ୍ଟି ହୋଇଥିବାରୁ ଏ ବର୍ଷ ମାତୃ ମୃତ୍ୟୁହାର ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ମିଳିତ ଜାତିସଂଘର ଆକଳନ ଅନୁସାରେ, କୋଭିଡ୍‌-19 କାରଣରୁ ସ୍କୁଲଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ପ୍ରାୟ 157 କୋଟି ପିଲା ସ୍କୁଲ ଶିକ୍ଷା ସୁଯୋଗରୁ ବଞ୍ଚିତ ହୋଇଛନ୍ତି ଏବଂ ଶିକ୍ଷାଲାଭ ପାଇଁ କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ ସୁବିଧା ନଥିବାରୁ ଶହ ଶହ କୋଟି ପିଲାଙ୍କ ଶିକ୍ଷାଗ୍ରହଣ ବ୍ୟବସ୍ଥା ନଷ୍ଟ ହୋଇଯାଇଛି । ଏହିଭଳି ଭାବରେ, କେବଳ ବର୍ତ୍ତମାନର ପିଢ଼ି ଉପରେ ନୁହେଁ, ବରଂ ଦେଶର ଭବିଷ୍ୟତ ଉପରେ ବି କୋରୋନାର ପ୍ରଭାବ ପଡ଼ିବ ।

ଭାରତ ସରକାରଙ୍କ ଦ୍ବାରା ଏକ ପ୍ରଜ୍ଞା ମଣ୍ଡଳୀ ରୂପେ ସ୍ଥାପିତ ନୀତି ଆୟୋଗର କହିବା ଅନୁସାରେ ଭାରତର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାକୁ ହେଲେ ଏ ବାବଦରେ ଭାରତକୁ ଏହାର ମୋଟ ଘରୋଇ ଉତ୍ପାଦ ବା ଜିଡିପିର ଅତିରିକ୍ତ 6.2 ପ୍ରତିଶତ ଖର୍ଚ୍ଚ କରିବାକୁ ପଡ଼ିବ । ସଂପ୍ରତି ବିଶ୍ବର ପ୍ରତିଟି ଦେଶରେ ଅନୁଭୂତ ଆର୍ଥିକ ସଂକଟ ଦୃଶ୍ୟପଟ୍ଟରେ ଏହା ସମସ୍ତ ସରକାରଙ୍କର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କ୍ଷେତ୍ରରେ ଅଗ୍ନିପରୀକ୍ଷା ସଦୃଶ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.