ETV Bharat / bharat

ମନ୍ଥର ଗତିରେ କୋରୋନା ସଂକ୍ରମଣ: ସତ୍ୟେନ୍ଦ୍ର ଜୈନ

author img

By

Published : Sep 27, 2020, 7:56 PM IST

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅନୁଯାୟୀ ରାଜ୍ୟରେ କୋରୋନା ସଂକ୍ରମଣର ପ୍ରସାର ନିୟନ୍ତ୍ରଣ ହେବାକୁ ଲାଗିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଏକ ସପ୍ତାହ ଧରି ଦିଲ୍ଲୀରେ ମାମଲା କ୍ରମାଗତ ଚାରି ହଜାରରୁ କମ୍ ଥିବାବେଳେ କୋଭିଡ ଡାକ୍ତରଖାନାରେ ସ୍ଥାନ ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମନ୍ଥର ଗତିରେ କୋରୋନାର ସଂକ୍ରମଣ: ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ । ଗତ 24 ଘଣ୍ଟା ମଧ୍ୟରେ ରାଜଧାନୀରେ 3372 ନୂଆ କୋରୋନା ପଜିଟିଭ କେସ ଆସିଥିବାବେଳେ ଏହାର ଦିନକ ପୂର୍ବରୁ କୋରୋନା ମାମଲା ମାତ୍ର 3827ଟି ଆସିଛି । ଏହି ରିିପୋର୍ଟକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ରାଜ୍ୟରେ କୋରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ସପ୍ତାହରୁ ଆଜି ପର୍ଯ୍ୟନ୍ତ ଯଦି ଆମେ ଲକ୍ଷ୍ୟ କରିବା ତେବେ ଦିଲ୍ଲୀରେ କୋରୋନା ମାମଲା ହ୍ରାସ ପାଇଛି ।

ସତ୍ୟେନ୍ଦ୍ର ଜୈନ ପୁଣି କହିଛନ୍ତି, ଦିଲ୍ଲାରେ କୋରୋନା ସଂକ୍ରମଣର ହାର 6.5 ପ୍ରତିଶତକୁ ହ୍ରାସ ପାଇଛି । ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ କୋରୋନା କେୟାର ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି ଏବଂ ବର୍ତ୍ତମାନ 6840 ଜଣ କୋରୋନା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଚାରି-ପାଞ୍ଚ ଦିନ ପୂର୍ବରୁ ଏହି ସଂଖ୍ୟା 7100 ଥିଲା ।

ଉଲ୍ଲେଖନୀୟ କଥା ହେଉଛି, ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀର କଣ୍ଟନେମେଣ୍ଟ ଜୋନ୍ ସଂଖ୍ୟା 2231କୁ ବୃଦ୍ଧି ପାଇ 107 ଟି ନୂଆ ହଟସ୍ପଟ୍ ଚିହ୍ନଟ ହୋଇଛି । ଏହି ପ୍ରସଙ୍ଗରେ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ସେମାନଙ୍କ ରଣନୀତି ଅନୁଯାୟୀ ରାଜ୍ୟ କୋରୋନା ପରୀକ୍ଷାକୁ ଦ୍ୱିଗୁଣିତ କରିଛି ଏବଂ ଏଥିଯୋଗୁଁ ପଜିଟିଭ ମାମଲା ଅଧିକ ସାମ୍ନାକୁ ଆସିବା ସ୍ବାଭାବିକ । ତେଣୁ ଏହାକୁ କମ କରିବା ଲାଗି ଆମେ ପ୍ରତ୍ୟେକଙ୍କୁ ଆଇସୋଲେସନରେ ରଖିଛୁ ଏବଂ ସେମାନଙ୍କୁ ନେଇ କଣ୍ଟନେମେଣ୍ଟ ଜୋନ୍ କରି ସେମାନଙ୍କୁ ପୃଥକ କରୁଛୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.