ETV Bharat / bharat

ଆଜିଠୁ ସର୍ବବୃହତ ସର୍ଦ୍ଦାର ପଟେଲ କୋଭିଡ ହସ୍ପିଟାଲରେ ରହିବେ ଆକ୍ରାନ୍ତ - DRDO

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କୋଭିଡ କେୟାର ସେଣ୍ଟରରେ ପରିବର୍ତ୍ତନ ହେଲା ଦିଲ୍ଲୀର ଭାଟି ମାଇନ୍ସରେ ଥିବା ରାଧା ସ୍ବାମୀ ସତସଙ୍ଗ ବ୍ୟାସ କେନ୍ଦ୍ର । ଜୁଲାଇ 5ରୁ ଏଠାରେ ଥିବା ଆଇସୋଲେସନରେ ରହିବେ ଆକ୍ରାନ୍ତ । ଅଧିକ ପଢନ୍ତୁ...

ଆଜିଠୁ ସର୍ବବୃହତ ସର୍ଦ୍ଦାର ପଟେଲ କୋଭିଡ ହସ୍ପିଟାଲରେ ରହିବେ ଆକ୍ରାନ୍ତ

author img

By

Published : Jul 5, 2020, 10:27 AM IST

ନୂଆଦିଲ୍ଲୀ: ରବିବାର ଠାରୁ ଦୁନିଆର ସର୍ବବୃହତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କୋଭିଡ ହସ୍ପିଟାଲ କୋରୋନା ଆକ୍ରାନ୍ତଙ୍କ ଆଡମିଶନ ଆରମ୍ଭ ହୋଇଛି। ବର୍ତ୍ତମାନ ଏଠାରେ 2000 ବିଶିଷ୍ଟ ଶଯ୍ୟାରେ କାର୍ଯ୍ୟ ଆରମ୍ଭ ହେବ । ଏନେଇ ରବିବାର ସକାଳୁ ସକାଳୁ ଉକ୍ତ କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ।

ଆଜିଠୁ ସର୍ବବୃହତ ସର୍ଦ୍ଦାର ପଟେଲ କୋଭିଡ ହସ୍ପିଟାଲରେ ରହିବେ ଆକ୍ରାନ୍ତ
ଆଜିଠୁ ସର୍ବବୃହତ ସର୍ଦ୍ଦାର ପଟେଲ କୋଭିଡ ହସ୍ପିଟାଲରେ ରହିବେ ଆକ୍ରାନ୍ତ

ତେବେ ଦିଲ୍ଲୀର ଭାଟି ମାଇନ୍ସ ଅଞ୍ଚଳରେ ଥିବା ରାଧା ସ୍ବାମୀ ସତସଙ୍ଗ ବ୍ୟାସ କେନ୍ଦ୍ରକୁ ବର୍ତ୍ତମାନ 10000 ଶଯ୍ୟା ବିଶିଷ୍ଟ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କୋଭିଡ କେୟାର ସେଣ୍ଟରରେ ପରିବର୍ତ୍ତନ କରାଯାଇଛି । ଏହି ସତସଙ୍ଗ କେନ୍ଦ୍ର ବର୍ତ୍ତମାନ ଏକ ନୂଆ ନାଁ ସହିତ କାର୍ଯ୍ୟକ୍ଷମ ହେବ । ଆଜି ଜୁଲାଇ 5 ତାରିଖରୁ ସଂକ୍ରମିତ ମାନେ ଏଠାରେ ଆଇସୋଲେସନରେ ରହିବେ ।

କୋଭିଡ ହସ୍ପିଟାଲ ପରିଦର୍ଶନ କରୁଛନ୍ତି ରାଜ୍ୟପାଳ

ଯଦି କୋରୋନା ଆକ୍ରାନ୍ତ ମାନଙ୍କୁ ଶ୍ୱାସକ୍ରିୟାରେ ଅସୁବିଧାର ହୁଏ, ତେବେ ସର୍ଦ୍ଦାର ପଟେଲ କୋଭିଡ କେୟାର ସେଣ୍ଟରରେ 10 ପ୍ରତିଶତ ଶଯ୍ୟାରେ ଅମ୍ଳଜାନ ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଏହି ହସ୍ପିଟାଲରରେ ଭର୍ତ୍ତି ହେବା ଠାରୁ ଡିସଚାର୍ଜ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଇଲେକ୍ଟ୍ରୋନିକ ଅଟେ । ଆକ୍ରାନ୍ତ ମାନଙ୍କୁ ଯାଞ୍ଚ କରିବା ପାଇଁ ନର୍ସମାନେ ମଧ୍ୟ ଉପସ୍ଥିତ ରହିବେ।

ହସ୍ପିଟାଲରେ ଏହି 2000 ଶଯ୍ୟା ITBP ପକ୍ଷରୁ ଆୟୋଜନ କରାଯଆଇଛି । ଆଇଟିବିପି ନିଜର170 ଡାକ୍ତର, ବିଶେଷଜ୍ଞ ଏବଂ 700ରୁ ଅଧିକ ନର୍ସ ଏବଂ ପାରାମେଡିକ୍ସ ସହିତ କାର୍ଯ୍ୟ କରୁଛି । ଏଠାରେ ଉପସ୍ଥିତ ଥିବା ଅଧିକାଂଶ ମୌଳିକ ଜିନିଷ ଯେପରିକି ଶଯ୍ୟା, ଗଦି ଇତ୍ୟାଦି ବିଭିନ୍ନ ସାମାଜିକ ସଂଗଠନ ଏବଂ ବେସରକାରୀ ସଂଗଠନ ମାଧ୍ୟମରେ ଦାନ କରାଯାଇଛି ।

ତେବେ DRDO ନିର୍ମିତ ଏହି କୋଭିଡ ହସ୍ପିଟାଲର 11 ଦିନ ମଧ୍ୟରେ ଅସ୍ଥାୟୀ ହସ୍ପିଟାଲ ଭାବେ ପ୍ରସ୍ତୁତ କରାଯାଇଛି । ଏଠାରେ 250ଟି ଆଇସିୟୁ ବେଡ ରହିବ । ଏନେଇ ସୂଚନା ଦେଇଛନ୍ତି DRDO ଅଧିକାରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.