ଇସଲାମାବାଦ: ଭୟଙ୍କରରୁ ଅତି ଭୟଙ୍କର ରୂପ ନେଉଛି କୋରୋନା ଭାଇରସ । ସମଗ୍ର ବିଶ୍ବରେ 2 ଲକ୍ଷରୁ ଉର୍ଦ୍ଧ୍ବ ଲୋକ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ଭାରତ ତୁଳନାରେ ପାକିସ୍ତାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ଗତ 3-4 ଦିନ ମଧ୍ୟରେ ପାକିସ୍ତାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 250ରେ ପହଞ୍ଚିଛି । ଏହି କ୍ରମରେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟି 170ରେ ପହଞ୍ଚିଛି । ତେବେ ପାକିସ୍ତାନରେ କୋରୋନା କାରଣରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଭାରତରେ ମତ୍ୟୁସଂଖ୍ୟା 3ରେ ପହଞ୍ଚିଛି ।
ପ୍ରକାଶ ଥାଉକି, ସମଗ୍ର ବିଶ୍ବରେ କୋରୋନା ସଂକ୍ରମିତ ସଂଖ୍ୟା ଦୁଇ ଲକ୍ଷକୁ ଟପିଛି । ଅନ୍ୟପଟେ ମୃତ୍ୟୁ ସଂଖ୍ୟା 8312ରେ ପହଞ୍ଚିଛି । ଏହାସହ ଏହି କୋରାନା କବଳରୁ 83 ହଜାର 230 ଜଣ ଆରୋଗ୍ୟ ହୋଇଛନ୍ତି । ବିଶ୍ବର 170ରୁ ଉର୍ଦ୍ଧ୍ବ ଦେଶରେ କୋରୋନାର ଆତଙ୍କ ଜାରି ରହିଛି ।