ETV Bharat / bharat

କୋରୋନା ଭୟରେ ପୋତିଦେଲେ 6 ହଜାର ଜିଅନ୍ତା କୁକୁଡା

author img

By

Published : Mar 10, 2020, 1:09 PM IST

କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । କୋରୋନା ଭୟରେ ବେଲଗାଭି ଜିଲ୍ଲା ଗୋକାକା ତାଲୁକର ଲୋଲୁସୁରା ଗାଁରେ ନଜିର ମାକନ୍ଦର ନାମକ ବ୍ୟକ୍ତି ନିଜର 6 ହଜାର ଜିଅନ୍ତା କୁକୁଡାଙ୍କୁ ପୋତି ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କର୍ଣ୍ଣାଟକରେ କୋରୋନା ପାଇଁ ପୋତିଲେ 6 ହଜାର ଜିଆନ୍ତା କୁକୁଡା

ବେଙ୍ଗାଲୁରୁ: କୋରୋନା ଆତଙ୍କରେ ସାରା ପୃଥିବୀ । କେତେକ ସ୍ଥାନରେ ଭୟରେ ହୋଲି ଖେଳିବା ବନ୍ଦ କରିଛନ୍ତି ତ ଆଉ କେତେକ ସ୍ଥାନରେ ଘରୁ ବାହାରୁ ନାହାଁନ୍ତି ଲୋକେ । ଚାରିଆଡେ ସତର୍କତାର ଘଣ୍ଟି । ଏପରି କ୍ଷେତ୍ରରେ କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ବେଲଗାଭି ଜିଲ୍ଲା ଗୋକାକା ତାଲୁକର ଲୋଲୁସୁରା ଗାଁରେ କୋରୋନା ଡରରେ 6 ହଜାର କୁକୁଡାଙ୍କୁ ଜିଅନ୍ତା ପୋତିି ଦିଆଯାଇଛି । ଯାହାର ଏକ ଭିଡିଓ ଆମେ ଆପଣଙ୍କ ସହ ସେୟାର କରିଛୁ ।

ଲୋଲାସୁରା ଗାଁର ନଜିର ମାକନ୍ଦର ନାମକ ବ୍ୟକ୍ତି କୁକୁଡ଼ା ଚାଷ କରନ୍ତି । ଯେବେଠାରୁ ବିଶ୍ବବ୍ୟାପୀ କୋରୋନା ଭାଇରସ ଆତଙ୍କ ସୃଷ୍ଟ ହୋଇଛି ସେବେଠାରୁ ସେ ଭୟଭୀତ ହୋଇଯାଇଛନ୍ତି । ଜୀବଜନ୍ତୁଙ୍କ ନିକଟରେ ମଧ୍ୟ କୋରୋନା ଭାଇରସ ସଂକ୍ରମିତ ହେବାର ବହୁତ ସମ୍ଭାବନା ରହିଛି ବୋଲି ଚିନ୍ତା କରି ସେ ନିଜର ସମସ୍ତ କୁକୁଡ଼ାକୁ ତାଙ୍କ ଫାର୍ମ ନିକଟରେ ବିରାଟ ଗର୍ତ୍ତ କରି ପୋତି ଦେଇଛନ୍ତି | ଜେସିବି ଗାଡି ଦ୍ବାରା ଗାତ ଖୋଳିଲେ ଏବଂ ସେହି ଗର୍ତ୍ତରେ ସମସ୍ତ କୁକୁଡାକୁ ରଖି ଗର୍ତ୍ତଟିକୁ ବନ୍ଦ କରିଦେଇଛନ୍ତି ମାକନ୍ଦର |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.