ନୂଆଦିଲ୍ଲୀ: କୋରୋନା ଯୋଗୁଁ ଭୟଭୀତ ସମସ୍ତେ । ସବୁଆଡେ ଲକ ଡାଉନ ସ୍ଥିତି ଥିବାବେଳେ କେବଳ କିଛି ବିମାନ ଅତି ଜରୁରୀ ସ୍ଥିତିରେ ଯାତାୟତ କରୁଛି। ଠିକ ଏହି ସମୟରେ ଜଣେ କୋଭିଡ-19 ସନ୍ଦିଗ୍ଧ ପୁଣେ- ଦିଲ୍ଲୀ ଏୟାର ଏସିଆ ବିମାନରେ ଯାତ୍ରା କରୁଥିବା ଦେଖାଯାଇଛି ।
ବ୍ୟକ୍ତି ଜଣକ ସନ୍ଦିଗ୍ଧ ହୋଇ ମଧ୍ୟ ବିମାନ ଯାତ୍ରା କରୁଥିବା ଜାଣିବା ପରେ ପାଇଲଟ ଏମରଜେନ୍ସି ୱିଣ୍ଡୋରେ ଡେଇଁ ପଡିଥିଲେ । ଅନ୍ୟ ଯାତ୍ରୀଙ୍କୁ କ୍ର୍ୟୁ ମେମ୍ବରଙ୍କ ଦ୍ବାରା ବିମାନରୁ ବାହାରକୁ ଅଣାଯାଇଥିଲା । ସନ୍ଦିଗ୍ଧଙ୍କୁ ମଧ୍ୟ ସଙ୍ଗେ ସଙ୍ଗେ ଆଇସୋଲେସନକୁ ନିଆଯାଇଥିଲା ।
ଏହାପରେ ବିମାନକୁ ସଂପୂର୍ଣ୍ଣ ଭାବେ ସାନିଟାଇଜ କରାଯାଇଥିଲା । ତେବେ ଏଭଳି ସ୍ଥିତିରେ ବି ସେବା କରୁଥିବା କ୍ରିୟୁ ମେମ୍ବରଙ୍କୁ ପ୍ରଂଶସା କରିଛନ୍ତି ଏୟାର ଇଣ୍ଡିଆ ର ସ୍ପୋକ୍ସ ପର୍ସନ ।