ETV Bharat / bharat

ମହାରାଷ୍ଟ୍ରର ଧାରଭୀରେ ଜଣେ କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୩୩୬କୁ ବୃଦ୍ଧି

author img

By

Published : Apr 1, 2020, 10:07 AM IST

Updated : Apr 1, 2020, 9:01 PM IST

CORONA LIVE UPDATE OF INDIA
କୋରୋନା ଅପଡେଟ

21:00 April 01

ମହାରାଷ୍ଟ୍ରର ଧାରଭୀରେ ଜଣେ କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୩୩୬କୁ ବୃଦ୍ଧି

ପୃଥିବୀର ବୃହତ୍ତମ ବସ୍ତି ଭାବରେ ପରିଚିତ ମହାରାଷ୍ଟ୍ରର ଧାରଭୀ ଅଞ୍ଚଳରେ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମହାରାଷ୍ଟ୍ରର ମୋଟ ପଜିଟିଭ ସଂଖ୍ୟା ୩୩୬ରେ ପହଞ୍ଚିଛି  । ତେବେ ବସ୍ତି ଅଞ୍ଚଳ ହୋଇଥିବାରେ ଏଠାରେ ଅଧିକ ସଂକ୍ରମଣର ଭୟ ରହିଛି  । ତେଣୁ ସେହି ଅଞ୍ଚଳରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି  ।  

20:50 April 01

ପଶ୍ଚିମବଙ୍ଗରେ କୋରୋନା ମୃତ୍ୟୁ ସଂଖ୍ୟା 7, ଦେଶରେ ୩୯କୁ ବୃଦ୍ଧି

ପଶ୍ଚିମବଙ୍ଗରେ ବୁଧବାର ସନ୍ଧ୍ୟାରେ ଜଣେ ୬୬ ବର୍ଷୀୟ ବୃଦ୍ଧଙ୍କ କୋରୋନାରେ ମୃତ୍ୟୁ ହୋଇଛି  । ଫଳରେ ରାଜ୍ୟର କୋରୋନା ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି  । ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି  । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ମୃତ୍ୟୁ ସଂଖ୍ୟାକୁ ସ୍ବୀକାର କରୁନଥିବା ଜଣାପଡିଛି  । ମୁଖ୍ୟମନ୍ତ୍ରୀଙ୍କ ଆଧାରରେ ବର୍ତ୍ତମାନ ସୁଦ୍ଧା ୩ ଜଣ ଲୋକଙ୍କ କୋରୋନାରେ ମୃତ୍ୟୁ ହୋଇଛି । 

19:29 April 01

କେରଳରେ ୨୪୦ ଛୁଇଁଲା କୋରୋନା ପଜିଟିଭ ସଂଖ୍ୟା

କେରଳରେ କୋରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୁଣି ୨୪ ଜଣ  କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ରାଜ୍ୟରେ ମୋଟ କୋରୋନା ପୀଡିତଙ୍କ ସଂଖ୍ୟା ୨୪୦କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ କେରଳରେ ଏପର୍ଯ୍ୟନ୍ତ କୋରୋନାରେ ୨ ଜଣଙ୍କର ମୃତ୍ୟୁ ହୋଇ ସାରିଛି  ।  

19:14 April 01

ମହାରାଷ୍ଟ୍ରରେ ପୁଣି ୫ କୋରୋନା ପଜିଟିଭ, ମୋଟ ସଂଖ୍ୟା 325କୁ ବୃଦ୍ଧି

ମହାରାଷ୍ଟ୍ରରେ ବୁଧବାର ସକାଳେ ୧୮ଟି ନୂଆ କେସ ଚିହ୍ନଟ କରାଯାଇଥିବା ବେଳେ ପୁଣି ୫ଟି ପଜିଟିଭ ଚିହ୍ନଟ କରାଯାଇଛି  । ଏହା ସହ ମୋଟ କୋରୋନା ପଜିଟିଭ ସଂଖ୍ୟା ୩୨୫ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୯ ରହିଥିବା ବେଳେ ମୋଟ ୩୯ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି।  

19:06 April 01

ତାମିଲନାଡୁରେ ନୂଆ ୧୧୦ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୨୩୪କୁ ବୃଦ୍ଧି

ତାମିଲନାଡୁରେ ଆଜି ୧୧୦ ଜଣ ଲୋକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି  । ଏହା ସହ ତାମିଲନାଡୁରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୪କୁ ବୃଦ୍ଧି ପାଇଛି  ।  

18:37 April 01

ଦେଶରେ ପ୍ରବାସୀ ଶ୍ରମିକଙ୍କ ପାଇଁ ୨୧ହଜାର ରିଲିଫ କ୍ୟାମ୍ପ

କୋରୋନା ଆତଙ୍କ ପାଇଁ ଦେଶରେ ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ମୋଟ ୨୧ହଜାର ୪ ଶହ ୮୬ଟି ରିଲିଫ କ୍ୟାମ୍ପ କରାଯାଇଛି । ସେଠାରେ ସମସ୍ତଙ୍କ ପାଇଁ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି  । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ପ୍ରକାଶ କରିଛନ୍ତି  । 

18:20 April 01

ଭାରତରେ କୋରୋନା ପଜିଟିଭ ସଂଖ୍ୟା ୧୬୩୭, ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି

ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬୩୭ ଜଣ କୋରୋନାରେ ପଜିଟିଭ ରହିଛନ୍ତି  । ଗତକାଲି ଠାରୁ ୩୮୬ଟି ନୂତନ କେସ ଚିହ୍ନଟ କରାଯାଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି  । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି  । ତବଲିଗ ଜାମାଟର ସଦସ୍ୟ ମାନଙ୍କ ବିଭିନ୍ନ ସ୍ଥାନକୁ ଯାତ୍ରା କୋରୋନା ପଜିଟିଭଙ୍କ ସଂଖ୍ୟା ବଢିବାର ପ୍ରମୁଖ କାରଣ ହୋଇଛି। ଅନ୍ୟ ପକ୍ଷରେ ୧୩୨ ଜଣ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । 

16:44 April 01

ରାଜସ୍ଥାନରେ ପଜିଟିଭ ସଂଖ୍ୟା ୧୦୬କୁ ବୃଦ୍ଧି

ରାଜସ୍ଥାନର ଜୟପୁରରେ ବୁଧବାର ୧୩ଟି ପଜିଟିଭ କେସ ଚିହ୍ନଟ କରାଯାଇଛି  । ଏହା ଦ୍ବାରା ରାଜସ୍ଥାନର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ରେ ପହଞ୍ଚିଛି  ।  ବର୍ତ୍ତମାନ ସୁଦ୍ଧା ରାଜସ୍ଥାନରେ ୯୩ ଜଣ ଲୋକ ସଂକ୍ରମିତ ରହିଥିବା ଜଣାପଡିଛି  । ସେହିପରି ୩ଜଣ ଲୋକ ସୁସ୍ଥ ହୋଇଥିବା ଜଣାପଡିଛି   ।  

12:00 April 01

ଉତ୍ତରପ୍ରଦେଶରେ ପ୍ରଥମ କୋରୋନା ମୃତ୍ୟୁ, ଦେଶରେ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି

ଉତ୍ତରପ୍ରଦେଶରେ ପ୍ରଥମ କୋରୋନା ମୃତ୍ୟୁ ରେକର୍ଡ କରାଯାଇଛି  । ରାଜ୍ୟର ଗୋରଖପୁରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ରକ୍ତ ନମୁନାରୁ ପଜିଟିଭ ରହିଥିବା ଜଣାପଡିଛି  । ଏହା ସହ ଦେଶର କୋରୋନା ମୃତ୍ୟୁ ସଂଖ୍ୟା ୩୭ରେ ପହଞ୍ଚିଛି  ।

11:55 April 01

ପଶ୍ଚିମବଙ୍ଗରେ ୬ଷ୍ଠ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଦେଶରେ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି

ପଶ୍ଚିମବଙ୍ଗରେ କୋରୋନା ଆକ୍ରାନ୍ତ ଜଣେ ୫୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି  । ଫଳରେ ରାଜ୍ୟର ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି  । ସେହିପରି ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି  ।  

10:10 April 01

ମହାରାଷ୍ଟ୍ରରେ ୧୮ ନୂଆ କୋରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା 320କୁ ବୃଦ୍ଧି

ମହାରାଷ୍ଟ୍ରରେ ବୁଧବାର ୧୮ଟି ନୂଆ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି  । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୦କୁ ବୃଦ୍ଧି ପାଇଛି । ସେହିପରି ମୃତ୍ୟୁ ସଂଖ୍ୟା ୯ ରହିଥିବା ଜଣାପଡିଛି  । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ମୋଟ ୩୯ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି  । 

09:35 April 01

ଦେଶରେ କୋରୋନା ପଜିଟିଭ ସଂଖ୍ୟା ୧୩୯୭ ରହିଛି  । ସେହିପରି ବର୍ତ୍ତମାନ ସୁଦ୍ଧା ୩୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୪ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି  । 

Last Updated : Apr 1, 2020, 9:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.