ETV Bharat / bharat

'ବିଶ୍ବ ଯୁଦ୍ଧ ପରେ ସବୁଠୁ ବଡ ସଙ୍କଟ କୋରୋନା, ସ୍ବାସ୍ଥ୍ୟକର୍ମୀ ବିନା ୟୁନିଫର୍ମର ସୈନିକ' - ବିଶ୍ବ ଯୁଦ୍ଧ ପରେ ସବୁଠୁ ବଡ ସଙ୍କଟ କୋରୋନା

ପ୍ରଧାନମନ୍ତ୍ରୀ ମୋଦ କହିଛନ୍ତି ଆଜି ସ୍ୱାସ୍ଥ୍ୟ କର୍ମୀମାନେ ସୈନିକ ଭଳି କାମ କରୁଛନ୍ତି ଏବଂ ଦେଶ ପାଇଁ ଲଢୁଛନ୍ତି । କୋରୋନା ଯୋଦ୍ଧାମାନଙ୍କର କଠିନ ପରିଶ୍ରମ ଆଜି ଦୃଶ୍ୟମାନ ହେଉଛି । ଅଧିକ ପଢନ୍ତୁ....

'ବିଶ୍ବ ଯୁଦ୍ଧ ପରେ ସବୁଠୁ ବଡ ସଙ୍କଟ କୋରୋନା, ସ୍ବାସ୍ଥ୍ୟକର୍ମୀ ବିନା ୟୁନିଫର୍ମର ସୈନିକ'
ବିଶ୍ବ ଯୁଦ୍ଧ ପରେ ସବୁଠୁ ବଡ ସଙ୍କଟ କୋରୋନା, ସ୍ବାସ୍ଥ୍ୟକର୍ମୀ ବିନା ୟୁନିଫର୍ମର ସୈନିକ
author img

By

Published : Jun 1, 2020, 3:50 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ରାଜୀବ ଗାନ୍ଧୀ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ବିଜ୍ଞାନର ସିଲଭର ଜୟନ୍ତୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି କୋରୋନା ସଙ୍କଟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବର୍ତ୍ତମାନ ସବୁଠାରୁ ବଡ ସଙ୍କଟ ଆସିଛି । ଯେପରି ବିଶ୍ୱଯୁଦ୍ଧ ପରେ ବିଶ୍ୱ ବଦଳିଲା, କୋରୋନା ପରେ ବିଶ୍ୱ ସଂପୂର୍ଣ୍ଣ ରୂପେ ବଦଳିଯିବ ।

ପ୍ରଧାନମନ୍ତ୍ରୀ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ବିନା ୟୁନିଫର୍ମର ସୈନିକ ବୋଲି ବର୍ଣ୍ଣନା କରିଛନ୍ତି । ସେ ଆଶା କରିଛନ୍ତି ଯେ କୋରୋନା ବିରୋଧରେ ଚାଲିଥିବା ଯୁଦ୍ଧରେ ଭାରତ ନିଶ୍ଚିତ ଜିତିବ । କୋଭିଡ-19 ଏକ ଅଦୃଶ୍ୟ ଶତ୍ରୁ କିନ୍ତୁ ଆମର ମେଡିକାଲ କର୍ମଚାରୀ ମାନେ ଏହାକୁ ହରାଇବେ ।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି, 'ପୂର୍ବରୁ ବିଶ୍ୱବ୍ୟାପୀ ଅର୍ଥନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା, କିନ୍ତୁ ବର୍ତ୍ତମାନ ମାନବିକତା ଆଧାରରେ ଆଲୋଚନା କରିବା ଆବଶ୍ୟକ ହେବ । ସ୍ୱାସ୍ଥ୍ୟ ପ୍ରସଙ୍ଗରେ, ଭାରତ ଗତ ବର୍ଷ ମଧ୍ୟରେ ପ୍ରମୁଖ ନିଷ୍ପତ୍ତି ନେଇଛି, ଆମେ ଚାରୋଟି ସ୍ତମ୍ଭ ଉପରେ କାର୍ଯ୍ୟ କରୁଛୁ ।

ଆଜି ସ୍ୱାସ୍ଥ୍ୟ କର୍ମୀମାନେ ସୈନିକ ଭଳି କାମ କରୁଛନ୍ତି ଏବଂ ଦେଶ ପାଇଁ ଲଢୁଛନ୍ତି । କୋରୋନା ଦୃଶ୍ୟମାନ ନୁହେଁ, କିନ୍ତୁ କୋରୋନା ଯୋଦ୍ଧାମାନଙ୍କର କଠିନ ପରିଶ୍ରମ ଆଜି ଦୃଶ୍ୟମାନ ହେଉଛି । ବିଶ୍ୱର ଆଖି ଆଜି ଭାରତର ଡାକ୍ତରଙ୍କ ଉପରେ ରହିଛି ।

ସେ କହିଛନ୍ତି ଯେ, ଦେଶରେ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଘଟୁଥିବା ହିଂସାତ୍ମକ ଘଟଣାକୁ ବରଦାସ୍ତ କରାଯିବ ନାହିଁ, ଯିଏ ଏହା କରିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ବ୍ୟତୀତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ସରକାର ବୀମା ସୁବିଧା ଯୋଗାଇ ଦେଇଛନ୍ତି ।

ମେକ ଇନ ଇଣ୍ଡିଆ ଅଧୀନରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଦେଶରେ ପିପିଇ କିଟ, N-95 ମାସ୍କ ତିଆରି କରାଯାଇଛି ଏବଂ ଏସବୁ ଭାରତରେ ତିଆରି ହୋଇଛି । ଦେଶରେ ଆରୋଗ୍ୟ ସେତୁ ଆପ ତିଆରି କରାଯାଇଛି ଏବଂ ଏପର୍ଯ୍ୟନ୍ତ 120 ମିଲିୟନ ଲୋକ ଏହାକୁ ଡାଉନଲୋଡ କରିଛନ୍ତି ।

ଆହୁରି 22ଟି AIIMS ଖୋଲିଛି ଏବଂ ଭାରତ ଏହି ଦିଗରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି। ସେ କହିଛନ୍ତି ଯେ, ଗତ 5 ବର୍ଷ ମଧ୍ୟରେ ଦେଶରେ 30 ହଜାର MBBS ସିଟ ବୃଦ୍ଧି ପାଇଛି ଏବଂ ସ୍ନାତକୋତ୍ତର ପୋଷ୍ଟ 15 ହଜାର ବୃଦ୍ଧି ପାଇଛି ।

ଏହାବାଦ ମିଶନ ଇନ୍ଦ୍ରଧନୁଷ, ଆୟୁଷ୍ମାନ ଭାରତ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଏକ ନୂତନ ଜୀବନ ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.