ହାଇଦ୍ରାବାଦ: ଦେଖୁ ଦେଖୁ କିଛି ଦିନ ମଧ୍ୟରେ ଗଡିଲାଣି ହଜାର ହଜାର ମୁଣ୍ଡ । ଲକ୍ଷ ଲକ୍ଷ ଲୋକେ ଏହି ଭୟଙ୍କର ସଂକ୍ରମଣରେ ଆକ୍ରାନ୍ତ । ବିଶ୍ବ ପାଇଁ ମହାମାରୀ ସାବ୍ୟସ୍ତ ହୋଇଥିବା କୋରୋନା ଏବେ ବିଶ୍ବୂବାସୀଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ । ଏହାଠାରୁ ରକ୍ଷା ପାଇଁ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ଦିଆଯାଉଛି ପ୍ରାଧାନ୍ୟ । ଫଳରେ ବାତିଲ ହୋଇଛି ଚଳିତବର୍ଷର 17 ବଡ ଟେକ ଇଭେଣ୍ଟ ସେମତ ମୋଟ 65ଟି ଇଭେଣ୍ଟ ।
ତେବେ କ’ଣ ରହିଛି ସେସବୁ ଇଭେଣ୍ଟ, ପଢନ୍ତୁ :
1- ଇଲେକ୍ଟ୍ରୋନିକ ଏଣ୍ଟରଟେନମେଣ୍ଟ ଏକ୍ସପୋ (ଇ3 ଏକ୍ସପୋ)
2- ଖୋଲା ମଞ୍ଚ ଛାଡି ଏବେ ଅନଲାଇନରେ ହେବ ଆପଲ ୱାର୍ଲଡୱାଇଡ ଡେଭେଲପର୍ସ କନଫରେନ୍ସ (ଡବ୍ଲୁଡବ୍ଲୁଡିସି)
3- ଭର୍ଚୁଆଲ ଇଭେଣ୍ଟରେ ପରିଣତ ହୋଇଛି ଆଡୋବ ସମିଟ
4- ବାତିଲ ହୋଇଛି ଏଜିଲିଟି 2020 ଇଭେଣ୍ଟ
5- ମେ’ ମାସରେ ହେବାକୁ ଥିବା ମାଇକ୍ରୋସଫ୍ଟ ବିଲ୍ଡ ଡେଭେଲପର୍ସ କନଫରେନ୍ସ ଅନଲାଇନ ହେବା ନେଇ ନିଷ୍ପତ୍ତି ନିଆଯାଇଛି
6- ସେହିପରି ଜୁନରେ ହେବାକୁ ଥିବା ସିସ୍କୋ ଲାଇଭ ବି ଅନଲାଇନ ହେବା ନେଇ ଘୋଷଣା ହୋଇଛି
7- ଏନଭିଆଇଡିଆଇଏ ଜିଟିସି 2020କୁ ଅନଲାଇନରେ ସଞ୍ଚାଳନ କରାଇବା ନେଇ ଚିନ୍ତା କରାଯାଇଛି
8- ଚଳିତ ମାସ ହେବାକୁ ଥିବା ରେଡ ହ୍ୟାଟ ସମିଟ ମଧ୍ୟ ଅନଲାଇନକୁ ପରିବର୍ତ୍ତନ କରାଯାଇଛି
9- କୋରୋନାର ପ୍ରଭାବ ଜାରି ରହିଥିବାରୁ ଫେବୃଆରୀ 24ରୁ 27 ଯାଏଁ ହେବାକୁ ଥିବା ମୋବାଇଲ ୱାର୍ଲଡ କଂଗ୍ରେସ ଏମଡବ୍ଲୁସି ବାର୍ସିଲୋନା ବାତିଲ ହୋଇଛି
10- ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଏପ୍ରିଲ 6ରୁ 8 ଯାଏଁ ହେବାକୁ ଥିବା ଗୁଗୁଲ କ୍ଲାଉଡ ନେକ୍ସଟକୁ ଅନଲାଇନ କରାଯିବ
11- କାଲିଫର୍ଣ୍ଣିଆର ସାନ୍ ଜୋସରେ ମେ 6ରୁ 8 ଯାଏଁ ହେବାକୁ ଥିବା ଫେସବୁକ ଏଫ8କୁ ବାତିଲ କରାଯାଇଛି
12- ମାର୍ଚ୍ଚ ମାସ 15ରୁ 20 ଭିତରେ ଅନଲାଇନରେ ଶେଷ ହୋଇଛି ମାଇକ୍ରୋସଫ୍ଟ ଏମଭିପି ଗ୍ଲୋବାଲ ସମିଟ
13- କାଲିଫର୍ଣ୍ଣିଆର ସନିଭେଲରେ ଏପ୍ରିଲ ମାସ ଶେଷ ଆଡକୁ ହେବାକୁ ଥିବା ଗୁଗୁଲ ନ୍ୟୁଜ ଇନିସିଏଟିଭ ସମିଟ ବାତିଲ ହୋଇଛି
14- ସେହିପରି ମାର୍ଚ୍ଚରେ ହେବାକୁ ଥିବା ଫେସବୁକ ଗ୍ଲୋବାଲ ମାର୍କେଟିଂ ସମିଟ ବାତିଲ ହୋଇଛି
15- ଅନଲାଇନରେ ଶେଷ ହୋଇଛି ସେଲ୍ସଫୋର୍ସ ୱାର୍ଲଡ ଟୁର ସିଡନୀ ଇଭେଣ୍ଟ
16- ସେହିପରି ଅନଲାଇନରେ ସଞ୍ଚାଳିତ ହେବ ସୋଫି ୟୁନାଇଟ 2020 ଡେଭେଲପର୍ସ କନଫରେନ୍ସ
17- ଅନ୍ୟପଟେ ଅନଲାଇନରେ ଶେଷ ହୋଇଛି ଓଟାୱାର ସଲ୍ଟ ଲେକ ସିଟିରେ ଆୟୋଜିତ ଡୋମୋପାଲୁଜା ଇଭେଣ୍ଟ