ETV Bharat / bharat

କୋରୋନା ମୁକାବିଲା ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କଲେ ଅଧୀର ରଞ୍ଜନ ଚୌଧୁରୀ

ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ସରକାରଙ୍କୁ ପ୍ରଶଂସା କରିଛନ୍ତି । କୋରୋନା ଲଢେଇରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

Corona fight, central government
କୋରୋନା ମୁକାବିଲା ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କଲେ ଅଧୀର ରଞ୍ଜନ ଚୌଧୁରୀ
author img

By

Published : Apr 27, 2020, 9:57 PM IST

ନୂଆଦିଲ୍ଲୀ: ସର୍ବଦା ବିବାଦୀୟ, ବିତର୍କିତ ବୟାନ ଦେଇ ସରକାରଙ୍କ ଉପରେ ବର୍ଷୁଥିବା ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ସରକାରଙ୍କୁ ପ୍ରଶଂସା କରିଛନ୍ତି । କୋରୋନା ଲଢେଇରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଏହି ସଂଗ୍ରାମରେ ଭାରତ ଆମେରିକା ଏବଂ ୟୁରୋପଠାରୁ ବହୁ ଆଗରେ ଅଛି ଏବଂ ଭାରତ ଏକ ଆଦର୍ଶ ଦେଶ ଭାବରେ ଉଭା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।

ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, COVID-19 ସହିତ ଲଢିବା ପାଇଁ କେନ୍ଦ୍ର, ରାଜ୍ୟ ସରକାର ଏବଂ ଡାକ୍ତରମାନେ ଏକ ଭଲ କାମ କରିଛନ୍ତି । ଯେତେବେଳେ ଆମେ ଆମେରିକା ଏବଂ ୟୁରୋପକୁ ଦେଖିବା, ଏହା ସ୍ପଷ୍ଟ ଯେ ଆମେ ସେମାନଙ୍କ ଠାରୁ ବହୁତ ଆଗରେ ଅଛୁ । ଯଦି ଆମେ କୋଭିଡ-19 ସହିତ ଲଢିବା ପାଇଁ ସଠିକ ପଦକ୍ଷେପ ଗ୍ରହଣ କରାଯିବ, ତେବେ ଆଗାମୀ ଦିନରେ ଭାରତ ଏକ ଆଦର୍ଶ ଦେଶ ଭାବରେ ଉଭା ହେବାର ସମ୍ଭାବନା ରହିଛି ।

କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ନେତାମାନେ ଗୋଟିଏ ପଟେ କୋରୋନା ଜୀବାଣୁକୁ ଧୀରେ ଧୀରେ ପରୀକ୍ଷା କରୁଥିବା ଅଭିଯୋଗ କରୁଥିବାବେଳେ ଅଧୀର ରଞ୍ଜନ ଚୌଧୁରୀ କୋରୋନା ବିରୋଧ ଲଢେଇରେ ସରକାରଙ୍କୁ ପ୍ରଶଂସା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.