ETV Bharat / bharat

କୋରୋନା ଭୟ: ରୋଷେଇ ଘରୁ ଆରମ୍ଭ କରନ୍ତୁ ମିଶନ ସ୍ବଚ୍ଛତା - ସଫା କରନ୍ତୁ ରୋଷେଇଘର

ଆଜି ଆମେ କହୁଛୁ କିଛି ଜରୁରୀ ଟିପ୍ସ, ଯାହା ନା ଯେ କେବଳ ରୋଷେଇ ଘରକୁ ସଫା ରଖିବ ବରଂ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରିବ ।

corona fear, start mission clean from kitchen, keep your kitchen clean, kitchen tips, କୋରୋନା ଭୟ, ରୋଷେଇ ଘରୁ ଆରମ୍ଭ କରନ୍ତୁ ସ୍ବଚ୍ଛତା, ସଫା କରନ୍ତୁ ରୋଷେଇଘର, କିଚେନ ଟିପ୍ସ
କୋରୋନା ଭୟ: ରୋଷେଇଘରୁ ଆରମ୍ଭ କରନ୍ତୁ ମିଶନ ସ୍ବଚ୍ଛତା
author img

By

Published : Apr 4, 2020, 12:13 AM IST

ହାଇଦ୍ରାବାଦ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଏକ ବଡ ଅସ୍ତ୍ର ପାଲଟିଛି ସ୍ବଚ୍ଛତା । ସାମାଜିକ ଦୂରତ୍ବ ବଜାୟ ରଖିବା ସହ ସଫାସୁତୁରା ରହିବାକୁ ଦିଆଯାଉଛି ପ୍ରାଧାନ୍ୟ । ଏମିତିରେ ଘରେ ସାରା ଦେଶ ଏବେ କ୍ବାରେଣ୍ଟାଇନ ମୋଡରେ ରହିଥିବା ବେଳେ ରୋଷଇଶାଳରେ ଆରମ୍ଭ ହୁଏ ସ୍ବଚ୍ଛତା ଅଭିଯାନ । ଆଜି ଆମେ କହୁଛୁ କିଛି ଜରୁରୀ ଟିପ୍ସ, ଯାହା ନା ଯେ କେବଳ ରୋଷେଇ ଘରକୁ ସଫା ରଖିବ ବରଂ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରିବ ।

ଏହା ନା ଯେ କେବଳ ରୋଷେଇ ଘରକୁ ସଫା ରଖିବ ବରଂ ଏହା ଖାଦ୍ୟକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ ।

ଫଲୋ କରନ୍ତୁ ଏହି ଟିପ୍ସ ଓ ରୋଷେଇ ଘରୁ ଆରମ୍ଭ କରନ୍ତୁ ମିଶନ ସ୍ବଚ୍ଛତା:

- ରୋଷେଇ ଘରେ ପ୍ରଥମ ସ୍ବଚ୍ଛତା ଆପଣଙ୍କ ହାତରୁ ଆରମ୍ଭ ହୁଏ । ତେଣୁ ରୋଷେଇ କରିବା ପୂର୍ବରୁ କିମ୍ବା ପରିବା କାଟିବା ପୂର୍ବରୁ ହାତକୁ ପ୍ରଥମେ ଭଲ ଭାବେ ଧୋଇ ନିଅନ୍ତୁ ।

- ରୋଷେଇ ଘରୁ ବାହାରୁ ଥିବା ଅଳିଆ ଆବର୍ଜନା ପ୍ରତି ରଖନ୍ତୁ ବିଶେଷ ଧ୍ୟାନ । ଦୈନନ୍ଦିନ ଅଳିଆ ଆବର୍ଜନାକୁ ରୋଷେଇ ଘରୁ ବାହାର କରିବା ସହ ଡଷ୍ଟବିନକୁ ସମ୍ପୂର୍ଣ୍ଣ ଘୋଡେଇ ରଖନ୍ତୁ ନାହିଁ । ଏହା ବଳକା ଖାଦ୍ୟରେ ବ୍ୟାକ୍ଟେରିଆ ସୃଷ୍ଟି କରିବାରେ ସାହାଯ୍ୟ କରେ ।

- ଯଦି ଆପଣ ଫ୍ରିଜରେ ଖାଦ୍ୟ ଷ୍ଟୋର କରୁଥାଆନ୍ତି ତେବେ ଏହାର ତାପମାତ୍ରାକୁ ନେଇ ସତର୍କ ରୁହନ୍ତୁ । ବିଶେଷତଃ ଯଦି ଆପଣ ଆମିଷ ଖାଦ୍ୟ ରଖୁଥାଆନ୍ତି ତେବେ ଏହା ଯେପରି ପଚି ସଢି ନଯାଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

- ଚପିଂ ବୋର୍ଡକୁ ପ୍ରତିଦିନ ସଫା କରନ୍ତୁ । ଠିକ୍‌ ଭାବେ ସଫା ହୋଇ ନଥିବା ଚପିଂ ବୋର୍ଡକୁ ବ୍ୟବହାର କରନ୍ତୁ ନାହିଁ । ଏଥିରେ ହୁଏତ ଅନେକ ବ୍ୟାକ୍ଟେରିଆ ରହିଥାଇପାରେ ଯାହା ଖାଦ୍ୟ ଜରିଆରେ ଶରୀରରେ ପ୍ରବେଶ କରିପାରେ ।

- ଖାଦ୍ୟକୁ ଆରମରେ ସମୟ ନେଇ ରାନ୍ଧନ୍ତୁ । ଅଧା ସିଝା ଖାଦ୍ୟ ଖାଆନ୍ତୁ ନାହିଁ । ଏହା ଶରୀରରେ ବଦହଜମି ପରି ସମସ୍ୟା ଓ ଅନେକ ଭୟଙ୍କର ସମସ୍ୟା ସୃଷ୍ଟି କରିପାରେ । ବିଶେଷ କରି ଆମିଷ ଖାଦ୍ୟକୁ ଭଲ ଭାବେ ସିଝିବା ପର୍ଯ୍ୟନ୍ତ ରାନ୍ଧନ୍ତୁ ।

- ରୋଷେଇରେ ବ୍ୟବହୃତ ସମସ୍ତ ସାମଗ୍ରୀକୁ ଭଲ ଭାବେ ଧୁଅନ୍ତୁ । ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏହାକୁ ଗରମ ପାଣିରେ ଧୋଇବାକୁ ଭୁଲନ୍ତୁ ନାହିଁ ।

- ବେଳେବେଳେ ରନ୍ଧା ଖାଦ୍ୟ ଚାଖିବା ପାଇଁ ଆମେ ହାତର ବ୍ୟବହାର କରୁ । ହାତ ସଫା ନକରି ସିଧା ରନ୍ଧା ଖାଦ୍ୟକୁ ଛୁଇଁଥାଉ । ଏପରି କରୁଥିଲେ ଏହାକୁ ତୁରନ୍ତ ବନ୍ଦ କରନ୍ତୁ । ହାତକୁ ଭଲ ଭାବେ ସଫା କରନ୍ତୁ ଓ ଏହାପରେ ଖାଦ୍ୟ କାହାନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.