ETV Bharat / bharat

କୋରୋନା ଆତଙ୍କ: କେରଳରେ ସପ୍ତମ ଶ୍ରେଣୀ ଯାଏଁ ବାର୍ଷିକ ପରୀକ୍ଷା ବାତିଲ

author img

By

Published : Mar 10, 2020, 12:32 PM IST

Updated : Mar 10, 2020, 1:56 PM IST

କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଆତଙ୍କ । ଏନେଇ ସାରା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 45ରେ ପହଞ୍ଚିଥିବା ବେଳେ କେରଳରେ ରହିଛନ୍ତି ସର୍ବାଧିକ 12 ଜଣ । ଏନେଇ ମଙ୍ଗଳବାର କ୍ୟାବିନେଟର ବୈଠକ ପରେ ନିଆଯାଇଛି ଏକ ଜରୁରୀ ନିଷ୍ପତ୍ତି ।

kerala latest news, corona fear in kerala, exams cancelled in kerala, କେରଳରେ ପରୀକ୍ଷା ବାତିଲ, କେରଳରେ କୋରୋନା ଆତଙ୍କ, କେରଳ ଲାଟେଷ୍ଟ ନ୍ୟୁଜ୍‌
ପ୍ରତୀକାତ୍ମକ ଫଟୋ

ଥିରୁଅନନ୍ତପୁରମ: କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଆତଙ୍କ । ଏନେଇ ସାରା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 45ରେ ପହଞ୍ଚିଥିବା ବେଳେ କେରଳରେ ରହିଛନ୍ତି ସର୍ବାଧିକ 12 ଜଣ । ଏନେଇ ମଙ୍ଗଳବାର କ୍ୟାବିନେଟର ବୈଠକ ପରେ ନିଆଯାଇଛି ଏକ ଜରୁରୀ ନିଷ୍ପତ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ଆଗାମୀ କିଛି ଦିନ ଯାଏଁ କେରଳରେ ହେବାକୁ ଥିବା ଅନେକ କାର୍ଯ୍ୟକ୍ରମ ଓ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷାକୁ ବାତିଲ କରାଯାଇଛି ।

ଅନ୍ୟପଟେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ କରାଯାଇନାହିଁ । କିନ୍ତୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ହେବାକୁ ଥିବା ଅନେକ ସାମୂହିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଏଥିସହ ରାଜ୍ୟରେ କୋରୋନା ମୁକାବିଲା ପାଇଁ ଆବଶ୍ୟକୀୟ ସମସ୍ତ ସତର୍କତାକୁ ଜରୁରୀକାଳୀନ ଭାବେ ଗ୍ରହଣ କରାଯାଇ ଲୋକଙ୍କୁ ଅଧିକ ସଚେତନ କରାଯିବାର ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟରେ କୋରୋନାର ସ୍ଥିତି ଦେଖି ମାସ ଶେଷ ପର୍ଯ୍ୟନ୍ତ ସ୍କୁଲମାନଙ୍କରେ ଶିକ୍ଷାଦାନ ମଧ୍ୟ ବାତିଲ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 10, 2020, 1:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.