ETV Bharat / bharat

କୋରୋନା ଭୟ; ସ୍ବତନ୍ତ୍ର ତତ୍ତ୍ବାବଧାନରେ 70 ବିଦେଶୀ ପର୍ଯ୍ୟଟକ

author img

By

Published : Mar 15, 2020, 9:30 PM IST

ମହାମାରୀ କୋରୋନାର ପ୍ରଭାବରେ ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ 70 ବିଦେଶୀ ପର୍ଯ୍ୟଟକଙ୍କୁ ସ୍ବାସ୍ଥ୍ୟ ବିଭାଗ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରଖାଯାଇଛି। ଏହି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ସରକାର।

corona-fear-70-foreign-tourists-in-uttarakhand-under-special-supervision
କୋରୋନା ଭୟ :ଉତ୍ତରାଖଣ୍ଡରେ ସ୍ବତନ୍ତ୍ର ତତ୍ତ୍ବାବଧାନରେ 70 ବିଦେଶୀ ପର୍ଯ୍ୟଟକ

ଡେରାଡୁନ: ମହାମାରୀ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ମଧ୍ୟ ଦିନକୁ ଦିନ କୋରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କୋରୋନା ସନ୍ଦିଗ୍ଧ ଭାବେ ନୈନିତାଲରେ ଜିଲ୍ଲାରେ 70 ବିଦେଶୀ ପର୍ଯ୍ୟଟକଙ୍କୁ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରଖାଯାଇଛି । ଏହି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ସରକାର ।

ସ୍ବାସ୍ଥ୍ୟ ସଚିବ କହିବା ଅନୁସାରେ, ଫ୍ରାନ୍ସ ,ଜର୍ମାନୀ,ସ୍ପେନ,ମାଲେସିୟା ଭଳି 11ଟି ଦେଶର ବିଦେଶୀ ପର୍ଯ୍ୟଟକଙ୍କୁ ମେଡିକାଲର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରଖାଯାଇଛି । ସମସ୍ତ ବିଦେଶୀଙ୍କ ଭିସାକୁ ବାତିଲ କରାଯାଇଛି ଓ ସେମାନଙ୍କ ଭିସା ଗୁଡିକ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଯାଞ୍ଚ କରାଯାଉଛି ।

ସୂଚନା ଅନୁସାରେ ଏହି ବିଦେଶୀ ପର୍ଯ୍ୟଟକମାନେ ଉତ୍ତରାଖଣ୍ଡର ବାବ ହୈଦଖାଁ ଆଶ୍ରମ ଓ କାର୍ବେଟ ଜାତୀୟ ଉଦ୍ୟାନ ରାମନଗରରେ ବୁଲିବା ପାଇଁ ଗତ 8 ତାରିଖରେ ଭାରତ ଆସିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.