ETV Bharat / bharat

ଦିଲ୍ଲୀ ଆଜାଦପୁର ମଣ୍ଡିରେ 11 ଜଣ ବେପାରୀ କୋରୋନା ଆକ୍ରାନ୍ତ

author img

By

Published : Apr 29, 2020, 4:26 PM IST

ଦିଲ୍ଲୀର ଆଜାଦପୁର ମଣ୍ଡିରେ 11 ଜଣ ବେପାରୀ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

mandi trader corona positive
ଦିଲ୍ଲୀ ଆଜାଦପୁର ମଣ୍ଡିରେ 11 ଜଣ ବେପାରୀ କୋରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: 11 ବେପାରୀ କୋରୋନା ଆକ୍ରାନ୍ତ । ଦିଲ୍ଲୀର ଆଜାଦପୁର ମଣ୍ଡିରେ 11 ଜଣ ବେପାରୀ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

ଏହି ଖବର ଜଣାପଡିବା ପରେ ବହୁ ଦୋକାନକୁ ସିଲ୍ କରାଯାଇଥିବା ବେଳେ ବେପାରୀମାନଙ୍କ ଯୋଗାଯୋଗରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟିନରେ ରଖାଯାଇଛି । ତେବେ ଆଜାଦପୁର ମଣ୍ଡିରେ ଜଣେ ବେପାରୀଙ୍କ କୋରୋନା କାରଣରୁ ମୃତ୍ୟୁ ଘଟିଥିଲା । ଏହାପର ଠାରୁ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କ କୋରୋନା ପରୀକ୍ଷା କରାଯାଉଛି ।

କୁହାଯାଉଛି ଯେ, ବର୍ତ୍ତମାନ ସୁଦ୍ଧା ଆଜାଦପୁର ମାଣ୍ଡିରେ ବହୁ ବେପାରୀ କୋରୋନା ସଂକ୍ରମଣ ହୋଇସାରିଲେଣି । ଯାହାକୁ ନେଇ ବେପାରୀମାନେ ଭୟଭୀତ ରହିଛନ୍ତି ।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3314ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 54 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ 1078 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.