ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ 8392 କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 1ଲକ୍ଷ 90ହଜାର 535କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 5394ରେ ପହଞ୍ଚିଛି ।
ସେହିପରି ବର୍ତ୍ତମାନ ସୁଦ୍ଧା 93322 ଜଣ ଚିକିତ୍ସିତ ହେଉଥିବା ବେଳେ 91819 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ମହାରାଷ୍ଟ୍ରରେ ସର୍ବାଧିକ 36040 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 5822, ଦିଲ୍ଲୀରେ 10893, ତାମିଲନାଡୁରେ 9403, ରାଜସ୍ଥାନରେ 2710, ମଧ୍ୟପ୍ରଦେଶରେ 2897, ଉତ୍ତରପ୍ରଦେଶରେ 2901 , ଆନ୍ଧ୍ରପ୍ରଦେଶରେ 1268, ତେଲେଙ୍ଗାନା 1188, କର୍ଣ୍ଣାଟକରେ 1952, କେରଳରେ 670 ଓ ଓଡିଶାରେ 815 ରହିଛି ।
ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 2286 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1038, ମଧ୍ୟପ୍ରଦେଶରେ 350, ଦିଲ୍ଲୀରେ 473, ଆନ୍ଧ୍ରପ୍ରଦେଶରେ 62, ତାମିଲନାଡୁରେ 173, କର୍ଣ୍ଣାଟକରେ 51 ଓ ତେଲେଙ୍ଗାନାରେ 82 ଜଣଙ୍କ ମୃତ୍ୟୁ ହୋଇଛି ।