ETV Bharat / bharat

କଏଦୀଙ୍କୁ କୋରୋନା ବିପଦ, ଜେଲ କ୍ବାରେଣ୍ଟାଇନ ପାଇଁ କୋର୍ଟରେ ଯାଚିକା

author img

By

Published : Mar 21, 2020, 11:41 AM IST

ଜେଲରେ ଥିବା କଏଦୀଙ୍କୁ କୋରୋନା ବିପଦ ଦର୍ଶାଇ କୋର୍ଟରେ ଯାଚିକା ଦାଖଲ । ସମସ୍ତ ଜେଲକୁ କ୍ବାରେଣ୍ଟାଇନ କରିବାକୁ ଏହି ଯାଚିକାରେ ଦର୍ଶାଯାଇଛି । ଅଧିକ ପଢନ୍ତୁ...

କଏଦୀଙ୍କୁ କୋରୋନା ବିପଦ, ଜେଲ କ୍ବାରେଣ୍ଟାଇନ ପାଇଁ କୋର୍ଟରେ ଯାଚିକା
କଏଦୀଙ୍କୁ କୋରୋନା ବିପଦ, ଜେଲ କ୍ବାରେଣ୍ଟାଇନ ପାଇଁ କୋର୍ଟରେ ଯାଚିକା

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସମସ୍ତଙ୍କ ମନରେ ଭାଇରସକୁ ନେଇ ରହିଛି ଭୟ । ଜନସାଧାରଣଙ୍କୁ ନିଜ ଘରେ ରହିବା ସହ ସତର୍କତା ଆପଣାଇବାକୁ ପରାମର୍ଶ ଦିଆଯାଉଛି । ଏପରିସ୍ଥିତିରେ ଜେଲରେ ଥିବା କଏଦୀଙ୍କୁ କୋରୋନା ବିପଦ ଦର୍ଶାଇ କୋର୍ଟରେ ଯାଚିକା ଦାଖଲ କରାଯାଇଛି ।

କୋରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀର ସମସ୍ତ ଜେଲରେ ମାସ୍କ ଓ ସାନିଟାଇଜର ଯୋଗାଇଦେବାକୁ ଜଣେ ଆଇନଜୀବୀ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ କରିଛନ୍ତି । ଏହାସହ ରାଜଧାନୀର ସମସ୍ତ ଜେଲକୁ କ୍ବାରେଣ୍ଟାଇନ କରିବାକୁ ଏହି ଯାଚିକାରେ ଦର୍ଶାଯାଇଛି । ତେବେ ଦିଲ୍ଲୀ ହାଇକୋର୍ଟ ଆସନ୍ତା 24ରେ ଦାଖଲ ଯାଚିକାର ଶୁଣାଣି କରିବେ ବୋଲି ଜଣାପଡିଛି ।

ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 258 ଛୁଇଁଛି । ଏହାସହ ଏବେସୁଦ୍ଧା କୋରୋନା ପ୍ରଭାବରେ ଦେଶରେ 5 ଜଣଙ୍କର ଜୀବନ ଯାଇସାରିଲାଣି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.