ETV Bharat / bharat

ତାମିଲନାଡୁରେ ସଙ୍କଟଜନକ ସ୍ଥିତି, 13 ହଜାର ପାର କୋରୋନା ଆକ୍ରାନ୍ତ

author img

By

Published : May 21, 2020, 1:10 AM IST

ତାମିଲନାଡୁ ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଗତ 24 ଘଣ୍ଟାରେ ରାଜ୍ୟରେ 743 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 13 ହଜାର 191 ରହିଛି । ଅଧିକ ପଢନ୍ତୁ...

ତାମିଲନାଡୁରେ ସଙ୍କଟଜନକ ସ୍ଥିତି, 13 ହଜାର ପାର କୋରୋନା ଆକ୍ରାନ୍ତ
ତାମିଲନାଡୁରେ ସଙ୍କଟଜନକ ସ୍ଥିତି, 13 ହଜାର ପାର କୋରୋନା ଆକ୍ରାନ୍ତ

ଚେନ୍ନାଇ: ମହାରାଷ୍ଟ୍ର ପଛକୁ ଦେଶର ଦ୍ବିତୀୟ ସର୍ବାଧିକ କୋରୋନା ଆକ୍ରାନ୍ତ ତାମିଲନାଡୁରେ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ 13 ହଜାର ପାର କରିଛି କୋଭିଡ 19 ପଜିଟିଭ । ମୃତ୍ୟୁସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ ଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ତାମିଲନାଡୁ ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଗତ 24 ଘଣ୍ଟାରେ ରାଜ୍ୟରେ 743 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 13 ହଜାର 191 ରହିଛି । ସେହିପରି 3ଟି ମୃତ୍ୟୁ ସହ ମୋଟ ମୃତ୍ୟୁସଂଖ୍ୟା 87 ପହଞ୍ଚିଛି । ତେବେ ମୃତ୍ୟୁସଂଖ୍ୟା 100 ତଳେ ରହିଛି ।

ସେହିପରି ତାମିଲନାଡୁ ପଛକୁ ରହିଛି ଗୁଜରାଟ । ଏଠାରେ ବୁଧବାର 398 ନୂଆ କେସ ବାହାରିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 12 ହଜାର 539 ପହଞ୍ଚିଛି । ଏଥିରୁ 5219 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ସେହିପରି 749 ଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.