ETV Bharat / bharat

ରାଜସ୍ଥାନରେ 1000 ମୁହାଁ କୋରୋନା ଆକ୍ରାନ୍ତ - କୋଭିଡ 19

ସୋମବାର ରାଜସ୍ଥାନରେ 93ଟି ନୂଆ ମାମଲା ବାହାରିଛି । ଏଥିରୁ ଯୋଧପୁରରେ ସର୍ବାଧିକ 31 ଲୋକ ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜସ୍ଥାନରେ 1000 ମୁହାଁ କୋରୋନା ଆକ୍ରାନ୍ତ
ରାଜସ୍ଥାନରେ 1000 ମୁହାଁ କୋରୋନା ଆକ୍ରାନ୍ତ
author img

By

Published : Apr 13, 2020, 10:38 PM IST

ଜୟପୁର: ମହାରାଷ୍ଟ୍ର, ଦିଲ୍ଲୀ ପରେ ରାଜସ୍ଥାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ମୁହାଁ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ 897ଟି ପଜିଟିଭ ମାମଲା ସାମନାକୁ ଆସିଛି । ଏମାନଙ୍କ ମଧ୍ୟରୁ ଜୟପୁରରେ ସର୍ବାଧିକ ଆକ୍ରାନ୍ତ ଥିବା ଜଣାପଡିଛି ।

ସୋମବାର ରାଜସ୍ଥାନରେ 43ଟି ନୂଆ ମାମଲା ବାହାରିଛି । ଏଥିରୁ ଯୋଧପୁରରେ ସର୍ବାଧିକ 31 ଲୋକ ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଏହାପରେ ଜୟପୁରରେ 29 ଓ ଭାରତପୁରରେ 11 ପଜିଟିଭ ଥିବା ରିପୋର୍ଟ ଆସିଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 897 ଛୁଇଁଛି । ଏଥିରୁ 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 21 ଜଣ ସୁସ୍ଥ ହୋଇଛନ୍ତି ।

ଏନେଇ ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ରାଜ୍ୟରେ ଅନେକ ଅଞ୍ଚଳକୁ କୋଭିଡ 19 ହଟସ୍ପଟ ଘୋଷଣା କରାଯାଇଥିବାବେଳେ ଏବେ ବି ଅନେକ ଦିଲ୍ଲୀ ଫେରନ୍ତାଙ୍କୁ ଖୋଜା ଚାଲିଛି । ସେପଟେ ପୋଲିସ ଓ ପ୍ରଶାସନର କଡା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଭୀଲୱାରାରେ ଆକ୍ରାନ୍ତଙ୍କ ସଂଖ୍ୟା ଅନେକ କମିଥିବା ସ୍ବାସ୍ଥ୍ୟ ବିଭାଗ କହିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.