ଭୋପାଳ: ଘାରିଲା କୋରୋନା ସଂକ୍ରମଣ ଚିନ୍ତା । ଶେଷରେ ନିଜ ସର୍ଭିସ ରିଭରବଲରେ ନିଜକୁ ଗୁଳି କରି ଗୁରୁତର ଆହତ ହୋଇଛନ୍ତି ଭୋପାଳ କନେଷ୍ଟବଳ । ଏହି ମହାମାରୀ ସମୟରେ ଡ୍ୟୁଟି ଯୋଗୁଁ କିଛି ଦିନ ହେବ ଏହି କନଷ୍ଟେବଳ ମାନସିକ ଚାପରେ ରହୁଥିଲେ ।
ଶେଷରେ କିଛି ବାଟ ନପାଇ ସେ ନିଜକୁ ଗୁଳିକରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭୋପାଳ ରତିବାର ପୋଲିସ ଷ୍ଟେସନରେ କନଷ୍ଟେବଳ ଚେତନ ସିଂଙ୍କୁ ପୋଷ୍ଟିଂ କରାଯାଇଥିଲା । କିନ୍ତୁ ଚେତନ ଏହାକୁ ବିରୋଧ କରିଥିଲେ । ଯଦି ତାଙ୍କୁ ଫ୍ରଣ୍ଟଲାଇନ ଡ୍ୟୁଟି ଦିଆଯାଏ ତେବେ ସେ ସଂକ୍ରମଣରେ କୋରୋନାରେ ସଂକ୍ରମିତ ହେବେ ବୋଲି ସେ ଚିନ୍ତାରେ ଥିଲେ । ଏନେଇ ନିଜ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । କିନ୍ତୁ କିଛି ଲାଭ ମିଳିନଥିଲା । ଶେଷରେ ନିଜକୁ ଗୁଳି କରିବା ପାଇଁ ବାଧ୍ୟ ହୋଇଥିଲେ ।
ପୋଲିସ ଏସପି ସାଇ କୃଷ୍ଣଙ୍କ କହିବା ଅନୁସାରେ, "କନଷ୍ଟେବଳଙ୍କ ଦେହରେ ଆଘାତ ଲାଗିଛି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । "ଏହି କନଷ୍ଟେବଳଙ୍କୁ ପ୍ରାୟ ଦୁଇମାସ ପୂର୍ବେ ରତିବାର ପୋଲିସ ଷ୍ଟେସନରେ ପୋଷ୍ଟିଂ କରାଯାଇଥିଲା ।