ETV Bharat / bharat

ପୁଲୱାମା ଆତଙ୍କୀ ଆକ୍ରମଣ: ଜଣେ ପୋଲିସକର୍ମୀ ଶହୀଦ

author img

By

Published : May 21, 2020, 5:47 PM IST

ଉପତ୍ୟକାରେ ବଢିବାରେ ଲାଗିଛି ଆତଙ୍କୀ କାର୍ଯ୍ୟକଳାପ । ଗୁରୁବାର ଦକ୍ଷିଣ କଶ୍ମୀର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀମାନେ ସେନା ଉପରକୁ ଆକ୍ରମଣ କରିଛନ୍ତି । ଏଥିରେ ଜଣେ ପୋଲିସକର୍ମୀ ଶହୀଦ ହୋଇଛନ୍ତି । ଆତଙ୍କୀ ପୋଲିସ ଓ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଜଏଣ୍ଟ ଟିମ ଉପରକୁ ଆକ୍ରମଣ କରିଥିଲେ ।

Pulwama
Pulwama

ଶ୍ରୀନଗର: କୋରୋନା କାଳରେ ଘାଟି ଅଶାନ୍ତ ହେବାରେ ଲାଗିଛି । ଉପତ୍ୟକାର ବଢିବାରେ ଲାଗିଛି ଆତଙ୍କୀ କାର୍ଯ୍ୟକଳାପ । ଗୁରୁବାର ଦକ୍ଷିଣ କଶ୍ମୀର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀମାନେ ସେନା ଉପରକୁ ଆକ୍ରମଣ କରିଛନ୍ତି । ଏଥିରେ ଜଣେ ପୋଲିସକର୍ମୀ ଶହୀଦ ହୋଇଛନ୍ତି । ଆତଙ୍କୀ ପୋଲିସ ଓ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଜଏଣ୍ଟ ଟିମ ଉପରକୁ ଆକ୍ରମଣ କରିଥିଲେ ।

ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ପୁଲୱାମାର ଶ୍ରୀନୈଉ କ୍ରସିଂ ନିକଟରେ ପୋଲିସ ଏବଂ 182 ବିଏନ୍ ସିଆରପିଏଫ ମିଳିତ ଟିମ ଉପରେ ଆକ୍ରମଣ କରିଥିଲେ । ଫଳରେ ଦୁଇଜଣ ସୁରକ୍ଷା ବାହିନୀ ଯବାନ ଆହତ ହୋଇଥିଲେ । ପରେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ପୋଲିସକର୍ମୀ ଶହୀଦ ହୋଇଛନ୍ତି ।

ଏହି ଘଟଣା ପରେ ଅତିରିକ୍ତ ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ | ପୋଲିସ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ଛାନଭିନ ଜାରି ରଖିଛି । ଏହାସହ ଆକ୍ରମଣକାରୀଙ୍କୁ ଧରିବା ଅପରେସନ ଆରମ୍ଭ ହୋଇଛି ।

ଗତ ଦୁଇ ଦିନ ମଧ୍ୟରେ କାଶ୍ମୀରରେ ଏହା ହେଉଛି ଦ୍ବିତୀୟ ଆତଙ୍କବାଦୀ ଆକ୍ରମଣ । ଏହାପୂର୍ବରୁ ବୁଧବାର ଜମ୍ମୁ କାଶ୍ମୀରର ଗଣ୍ଡରୱାଲ ଜିଲ୍ଲାରରେ ବିଏସଏଫ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଯେଉଁଥିରେ ଦୁଇ ଜଣ ଯବାନ ଶହୀଦ ହୋଇଥିଲେ । ଆତଙ୍କବାଦୀମାନେ ଯବାନଙ୍କ ଅସ୍ତ୍ର ଲୁଟ୍ କରିଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.