ETV Bharat / bharat

ବିବାହରୁ ଫେରୁଥିଲେ ଭାରସାମ୍ୟ ହରାଇଲା କାର୍, କନେଷ୍ଟବଳ ସମେତ 5 ମୃତ

ବିବାହ କାର୍ଯ୍ୟରୁ ଫେରୁଥିବା ବେଳେ ଅଘଟଣ । ଉତ୍ତରପ୍ରଦେଶ ପ୍ରତାପଗଡର କାନ୍ଧାରୀରେ ମର୍ମନ୍ତୁଦ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

Cop among 5 killed in road accident in UP
ମର୍ମନ୍ତୁଦ ସଡକ ଦୁର୍ଘଟଣା ନେଲା 5 ଜୀବନ
author img

By

Published : Dec 14, 2020, 12:44 PM IST

ଲକ୍ଷ୍ନୌ: ମର୍ମନ୍ତୁଦ ସଡକ ଦୁର୍ଘଟଣା ନେଲା 5 ଜୀବନ । ତେବେ ମୃତକଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଳ ରହିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ପ୍ରତାପଗଡର କାନ୍ଧାରୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ଗୋଟିଏ କାରରେ ଯାଉଥିବା ସମୟରେ ଗାଡିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତକଙ୍କ ମଧ୍ୟରେ କନଷ୍ଟେବଳ ସନ୍ଦୀପ କୁମାର ଯାଦବ (29), ସନ୍ଦୀପ ଯାଦବ (26), ଅଖିଳେଶ ଯାଦବ (35) ରାହୁଲ ଯାଦବ (28)ଙ୍କ ସହ ଅନ୍ୟ ଜଣେ ମଧ୍ୟ ରହିଥିଲେ । ହେଲେ ତାଙ୍କ ପରିଚୟ ମିଳି ପାରିନାହିଁ । ଏମାନେ ସମସ୍ତେ ଏକ ବିବାହ କାର୍ଯ୍ୟରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.