ETV Bharat / bharat

ବକେୟା ଟଙ୍କା ମାଗିବାରୁ ଠିକାଦାରଙ୍କୁ ଜୀଅନ୍ତା ଜାଳିଦେଲେ ଇଞ୍ଜିନିୟର

ବାକି ଟଙ୍କା ମାଗିବା ପଡିଲା ମହଙ୍ଗା । ରାଗରେ ଉତ୍ତ୍ୟକ୍ତ ହୋଇ ପେଟ୍ରୋଲ ଢାଳି ଠିକାଦାରଙ୍କୁ ଜୀଅନ୍ତା ଜାଳିଲେ ଚିଫ ଇଞ୍ଜିନିୟର । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଗୋରଖପୁର ଅଞ୍ଚଳରେ ।

author img

By

Published : Aug 29, 2019, 9:18 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗୋରଖପୁର ଗଣ୍ଡକନହର କଲୋନୀରେ ଅଭାବନୀୟ ଘଟଣା । ବାକି ଟଙ୍କା ମାଗିବାରୁ ଠିକାଦାରଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଲେ । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଠିକାଦାରଙ୍କୁ କୌଣସି ମତେ ଉଦ୍ଧାରକରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କଲେ ପଡୋଶୀ । ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ ଗରୋଖପୁର ହସ୍ପିଟାଲ ସ୍ଥାନାନ୍ତର କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଠିକାଦାର ରାମଶଙ୍କର ସିଂ ବୋଲି ଜଣାପଡିଛି ।

ଚିଫ ଇଞ୍ଜିନିୟର ମୁରଲୀଧର ତାଙ୍କୁ ଅଧିକ କାମ କରାଇଥିଲେ । ହେଲେ ଟଙ୍କା ଦେଇନଥିଲେ । ଫଳରେ ପାଖାପାଖି 60 ଲକ୍ଷ ଟଙ୍କା ତାଙ୍କ ପାଖରେ ବାକି ପଡିଥିଲା । ଟଙ୍କା ମାଗିବାକୁ ଇଂଜିନୟରଙ୍କ ସରକାରୀ ବାସ ଭବନକୁ ଯାଇଥିଲେ ଠିକାଦାର । ହେଲେ ଟଙ୍କା ନାହିଁ ବୋଲି ତାଙ୍କୁ ମନା କରିଥିଲେ ମୁରଲୀଧର । ବାରମ୍ବାର ଟଙ୍କା ମାଗୁଥିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଇଂଜିନିୟର ଠିକାଦାରଙ୍କୁ ଜୀଅନ୍ତା ଜଳିଦେଇଥିଲେ ।

24 ଘଣ୍ଟା ଭିତରେ ଠିକାଦାରଙ୍କ ହତ୍ୟାକାରୀକୁ ଧରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.