ETV Bharat / bharat

ବାକିରେ ଚାଲିଛି ବିଦ୍ୟୁତ ବିଭାଗ, 111 କୋଟି ବିଲ ଦେଇ ନାହାନ୍ତି ଉପଭୋକ୍ତା

author img

By

Published : Aug 22, 2019, 4:01 PM IST

ଛତିଶଗଡ଼ରେ ବିଦ୍ୟୁତ ଉପଭୋକ୍ତା ବିଲ ପଇଠ କରୁନଥିବା ଅଭିଯୋଗ ହୋଇଛି । ତେବେ ବିଲ ପଇଠ ପାଇଁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ତାହାକୁ ଉପଭୋକ୍ତା ଅଣଦେଖା କରିଥିବା ଅଭିଯୋଗ ହୋଇଛି । 111 କୋଟି ଟଙ୍କା ବିଦ୍ୟୁତ ବିଲ ବାକି ପଡ଼ିଥିବା ବେଳେ ବିଭାଗ ପକ୍ଷରୁ କିଛି ଉପଭୋକ୍ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ପ୍ରତିକାତ୍ମକ ଫଟୋ

ରାୟପୁର: ଛତିଶଗଡ଼ର ରାୟଗଡ ଜିଲ୍ଲାରେ ପାଖାପାଖି 111 କୋଟି ଟଙ୍କା ବିଦ୍ୟୁତ ବିଲ ବାକି ପଡ଼ିଛି । ଜିଲ୍ଲାରେ ପାଖାପାଖି ଦୁଇ ଲକ୍ଷ ଉପଭୋକ୍ତା ଦେଇ ନାହାନ୍ତି ବିଦ୍ୟୁତ ବିଲ । ଏପରିକି କିଛି ଉପଭୋକ୍ତା ବେଆଇନ ଭାବେ ବିଦ୍ୟୁତ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ମୁତାବକ ଜିଲ୍ଲାରେ ପାଖାପାଖି 2 ଲକ୍ଷ ବିଦ୍ୟୁତ ଉପଭୋକ୍ତା ବିଦ୍ୟୁତ ଦେୟ ପଇଠ କରିନଥିବା ଅଭିଯୋଗ ହୋଇଛି । ବକେୟା ବିଲକୁ ପଇଠ କରିବାକୁ ବାରମ୍ବାର ବିଦ୍ୟୁତ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସୂଚନା ଦିଆଯାଇଥିଲା । ମାତ୍ର ଉପଭୋକ୍ତା ଏହାକୁ ଅଣଦେଖା କରିବା ସହିତ ବିଲ ମଧ୍ୟ ପଇଠ କରିନଥିବା ଜଣାଯାଏ । ବିଭାଗ ପକ୍ଷରୁ ଉପଭୋକ୍ତାଙ୍କ ସଂଯୋଗକୁ କାଟି ଦିଆଯାଇଥିଲା ।

ମାତ୍ର ଏହା ପରେ କିଛି ବିଦ୍ୟୁତ ଉପଭୋକ୍ତା ବିଲ ପଇଠ କରିଥିବା ବେଳେ ଅନ୍ୟ କିଛି ଉପଭୋକ୍ତା ବେଆଇନ ଭାବେ ବିଦ୍ୟୁତ ଚୋରି କରୁଥିବା ବିଭାଗ ଅଭିଯୋଗ କରିଛି । ଏନେଇ ଥାନାରେ ବିଭାଗ ପକ୍ଷରୁ ମାମଲା ରୁଜୁ ହୋଇଛି । ତେବେ ଫଳରେ ଅତ୍ୟଧିକ ବିଲ ହେବାକୁ ବିଭାଗକୁ ଅନେକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବିଭାଗୀୟ ଅଧିକାରୀ କହିଛନ୍ତି । ସେପଟେ ଏନେଇ ଉପଭୋକ୍ତାଙ୍କ ଠାରୁ ବିଲ ନ ପାଇବା ପରେ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.