ETV Bharat / bharat

ରାମନବମୀରୁ ଆରମ୍ଭ ହୋଇପାରେ ରାମମନ୍ଦିର ନିର୍ମାଣ

author img

By

Published : Nov 11, 2019, 5:33 PM IST

Updated : Nov 11, 2019, 7:03 PM IST

ଆସନ୍ତା ରାମନବମୀରୁ ଆରମ୍ଭ ହୋଇପାରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ। ଏନେଇ ସୂଚନା ଦେଇଛି ବିଶ୍ବ ହିନ୍ଦୁ ପରିଷଦ(ଭିଏଚପି)। ଭିଏଚପିର କାର୍ଯ୍ୟକାରୀ ଅଧ୍ୟକ୍ଷ କହିଛନ୍ତି ଯେ, ରାମମନ୍ଦିର ନିର୍ମାଣ କାର୍ଯ୍ୟ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯିବ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: IANS

ଲକ୍ଷ୍ନୌ: ଆସନ୍ତା ବର୍ଷ ରାମନବମୀରୁ ଆରମ୍ଭ ହୋଇପାରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ। 2020 ଏପ୍ରିଲ ମାସ 2 ତାରିଖରେ ପାଳିତ ହେବ ପବିତ୍ର ରାମନବମୀ। ଏହି ଦିନରେ ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ରଙ୍କ ପୂଜାର୍ଚ୍ଚନା କରାଯାଉଥିବା ବେଳେ, ରାମମନ୍ଦିର ନିର୍ମାଣ ହେବା ନେଇ ସଂକେତ ଦେଇଛନ୍ତି ବିଶ୍ବ ହିନ୍ଦୁ ପରିଷଦ (ଭିଏଚପି)ର ବରିଷ୍ଠ ନେତା। ଭଗବାନ ରାମମନ୍ଦିର ନିର୍ମାଣ ପାଇଁ ଏହା ଠାରୁ କୌଣସି ଭଲ ଦିନ ହୋଇ ନପାରେ।

ଏହା ସହିତ ଜଡିତ ମାମଲାରେ ସୁପ୍ରିମ କୋର୍ଟ ଦେଇଥିବା ନିଷ୍ପତ୍ତି ଅନୁଯାୟୀ ଟ୍ରଷ୍ଟ ଗଠନ ପାଇଁ ତିନି ମାସ ସମୟ ଦିଆଯାଇଛି। ଏହି ସମୟସୀମା ଆସନ୍ତା ଫେବୃଆରୀରେ ଶେଷ ହେବ। ରାମନବମୀ ତିଥିରେ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସରକାରଙ୍କ ସହିତ ଆଲୋଚନା କରାଯିବ ବୋଲି ଭିଏଚପି ସୂତ୍ରରୁ ପ୍ରକାଶ।

ଏହା ସହିତ ଭିଏଚପି ନେତା ଆହୁରି ମଧ୍ୟ କହିଛନ୍ତି କି, ମନ୍ଦିରର ନିର୍ମାଣ କାର୍ଯ୍ୟ ଜାନୁଆରୀ ମାସ ମକର ସଂକ୍ରାନ୍ତିରୁ ଆରମ୍ଭ ହେବ। ଏହାର ଶିଳାନ୍ୟାସ କାର୍ଯ୍ୟ ନ କରିବା ପାଇଁ ବିଶ୍ବ ହିନ୍ଦୁ ପରିଷଦ ଚାହୁଁ ନାହିଁ। କାରଣ ଏହି କାର୍ଯ୍ୟ 1989 ମସିହାରେ ହୋଇ ସାରିଛି। ଏହାକୁ ପୁନର୍ବାର ନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଭିଏଚପି ପକ୍ଷରୁ କୁହାଯାଇଛି।

ଭିଏଚପି ନେତା ଆଲୋକ କୁମାର କହିଛନ୍ତି କି, ଚନ୍ଦ୍ରକାନ୍ତ ସୋମପୁରା ଦ୍ବାରା କରାଯାଇଥିବା ଡିଜାଇନ ଅନୁଯାୟୀ ରାମମନ୍ଦିର ନିର୍ମାଣ ହେଉ। ପ୍ରସିଦ୍ଧ ମନ୍ଦିର ବାସ୍ତୁକାର ତଥା ଭିଏଚପି ନେତା ଅଶୋକ ସିଙ୍ଘଲଙ୍କ ମତାମତ ଅନୁଯାୟୀ ଏହି ମନ୍ଦିରର ଡିଜାଇନ ପ୍ରସ୍ତୁତ କରାଯାଇଥିଲା। ସେହି ସମୟରେ ଏହାକୁ ଦେଶର ସମସ୍ତ ରାମଭକ୍ତଙ୍କ ମଧ୍ୟରେ ପ୍ରଚାରପ୍ରସାର କରାଯାଇଥିଲା । ତେବେ ଏହି ଡିଜାଇନକୁ ଅଯୋଧ୍ୟାର କାରସେବକପୁରମ ମନ୍ଦିରର ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି କି, ରାମମନ୍ଦିର ନିର୍ମାଣ ପାଇଁ ପଥର ମଧ୍ୟ ଖୋଜିବା ଆରମ୍ଭ ହୋଇ ଯାଇଛି । ଏହା ସହିତ ରାମ ମନ୍ଦିରର ନିର୍ମାଣ ଏବଂ ଅର୍ଥ ଯୋଗାଡ଼ର ତଦାରଖ କରିବା ଉଦ୍ଦେଶ୍ୟରେ ଏକ ମାର୍ଗଦର୍ଶୀ ମଣ୍ଡଳୀ ଗଠନ କରାଯିବାର ଯୋଜନା ରହିଛି। ସେପଟେ କାରସେବକପୁରମରେ ଚଳିତମାସ ଶେଷ ଆଡ଼କୁ ପଥର ଖୋଦେଇ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ରହିଛି। ଏଥିପାଇଁ ବାହାର ରାଜ୍ୟକୁ ଯାଇଥିବା ପଥର କାରିଗରଙ୍କୁ ପୁନର୍ବାର ରାଜ୍ୟକୁ ଫେରାଇ ଅଣାଯିବ ବୋଲି ସେ ସୂଚନା ଦେଇଥିଲେ।

Intro:Body:

national issue

Conclusion:
Last Updated : Nov 11, 2019, 7:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.