ETV Bharat / bharat

ବିକାଶ ଦୁବେକୁ କାନପୁର ଆଣୁଥିବା ଟିମର କନେଷ୍ଟବଳଙ୍କୁ କୋରୋନା

author img

By

Published : Jul 12, 2020, 4:11 PM IST

ଉଜୈନରୁ କାନପୁରକୁ ବିକାଶ ଦୁବେକୁ ଆଣିଥିବା ଦଳର ଜଣେ କନେଷ୍ଟବଳ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ଶୁକ୍ରବାର ସକାଳେ ଭୌନ୍ତି ରାଜପଥରେ ଦୁର୍ଘଟଣାର ଶିକାର ହୋଇଥିବା କାରରେ ଥିଲେ କନେଷ୍ଟବଳ ।

କନେଷ୍ଟବଳ କୋରୋନା ପଜିଟିଭ୍
କନେଷ୍ଟବଳ କୋରୋନା ପଜିଟିଭ୍

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜୈନରୁ କାନପୁରକୁ ବିକାଶ ଦୁବେକୁ ଆଣିଥିବା ଦଳର ଜଣେ କନେଷ୍ଟବଳ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ଶୁକ୍ରବାର ସକାଳେ ଭୌନ୍ତି ରାଜପଥରେ ଦୁର୍ଘଟଣାର ଶିକାର ହୋଇଥିବା କାରରେ ଥିଲେ। ବିକାଶ ଦୁବେ ବ୍ୟତୀତ ଅନ୍ୟ 4 ଜଣ ପୋଲିସ କର୍ମଚାରୀ ମଧ୍ୟ ଏଥିରେ ଉପସ୍ଥିତ ଥିଲେ।

ସଂକ୍ରମିତ ହୋଇଥିବା କନେଷ୍ଟବଳ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ। କୋରୋନା ପଜିଟିଭ୍ ରିପୋର୍ଟ ବାହାରିବା ପରେ ଅ୍ୟ 4 ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି । ପ୍ରକାଶଥାଉକି, କାନପୁରରେ 8 ଜଣ ପୋଲିସଙ୍କୁ ହତ୍ୟା କରିଥିବା ଦୋଷୀ ବିକାଶ ଦୁବେକୁ ଏନକାଉଣ୍ଟର କରାଯାଇଛି ।

ୟୁପି ପୋଲିସ ଓ ଏସଟିଏଫର ଏକ ଟିମ୍ ଉଜୈନରୁ କାନପୁରକୁ ବିକାଶ ଦୁବେକୁ ଆଣିବାକୁ ଯାଇଥିଲେ ମାତ୍ର ବିକାଶକୁ ନେଇ ଉଜୈନରୁ କାନପୁର ଅଭିମୁଖେ ଯାଉଥିବାବେଳେ ୟୁପି ପୋଲିସ ଓ ଏସଟିଏଫର ଏକ ଗାଡି ଦୁର୍ଘଟଣାଗସ୍ତ ହୋଇଥିଲା । ଏହି ସମୟରେ କୁଖ୍ୟାତ ଅପରାଧୀ ବିକାଶ ଦୁବେ ପୋଲିସକୁ ଆକ୍ରମଣ କରି ଖସିଯିବାକୁ ଚେଷ୍ଟା କରିଥିଲା ଫଳରେ ତାକୁ ଏନକାଉଣ୍ଟର କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.