ନୂଆଦିଲ୍ଲୀ: ଲକଡାଉନ ହଟିବା ପରେ କଣ ରହିବ ପରିସ୍ଥିତି । କେମିତି କାର୍ଯ୍ୟ କରିବାକୁ ହେବ, କେଉଁସବୁ ପଦକ୍ଷେପ ଆପଣାଇବାକୁ ପଡିବ । ଏହି ସବୁକ୍ଷେତ୍ରରେ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି କେନ୍ଦ୍ରସରକାର । ତେବେ ଲକଡାଉନ ଖୋଲିବା ପରେ ପ୍ରଥମ ସପ୍ତାହକୁ ଏନ ଟ୍ରାଏଲ ଆକାରରେ ନିଆଯିବ । ଶିଳ୍ପାନୁଷ୍ଠାନ ଗୁଡିକରେ କଣ ରହିବ ପଦକ୍ଷେପ । ଏନେଇ ସରକାର କହିଛନ୍ତି ଯେ ଶିଳ୍ପାନୁଷ୍ଠାନ ଗୁଡିକ ଅଧିକ ଉତ୍ପାଦନ ପାଇଁ ଲକ୍ଷ ନରଖିବା ଉଚିତ ।
ତେବେ ନିକଟରେ ବିଶାଖାପାଟଣା ଗ୍ୟାସ ଟ୍ରେଜିକୁ ଦେଖି ସରକାର ଏପରି କହିଛନ୍ତି । ଯେଉଁଥିରେ 13 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 1000 ଜଣ ଆହତ ହୋଇଥିଲେ । ତେଣୁ ସରକାର ଶିଳ୍ପଗୁଡିକୁ ସତର୍କତା ଅବଲମ୍ବନ କରିବାକୁ ଏବଂ ସେମାନଙ୍କ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ।
ଅନେକ ଦିନ ଧରି ଶିଳ୍ପାନୁଷ୍ଠାନ ଗୁଡିକ ବନ୍ଦ ରହିଛି । ଫଳରେ ଶିଳ୍ପାନୁଷ୍ଠାନରେ ଥିବା ପାଇପ ଲାଇନ, ଭଲ୍ଭ ଆଦିରେ ରାସାୟନିକ ପଦାର୍ଥ ଥାଇପାରେ ଯାହା ବିପଜ୍ଜନକ ହୋଇପାରେ । ରାସାୟନିକ ପଦାର୍ଥ ଏବଂ ଜାଳେଣୀ ସାମଗ୍ରୀ ସମରକ୍ଷଣ ମଧ୍ୟ ବହୁ ବିପଜ୍ଜନକ । ଫଳରେ ଜାତୀୟ ବିପର୍ଜୟ ମ୍ୟାନେଜମେଣ୍ଟର ନିର୍ଦେଶାବଳି ପଢିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ରସରକାର ।
କାର୍ଯ୍ୟ ପୁନଃର୍ବାର ଆରମ୍ଭ କଲେ ପ୍ରଥମ ସପ୍ତାହକୁ ପରୀକ୍ଷା ମୂଳକ ଭାବରେ କାର୍ଯ୍ୟ କରିବାକୁ କୁହାଯାଇଛି । ସମସ୍ତ ପ୍ରୋଟୋକଲ ମାନିବା ସହ ଅଧିକ ଉତ୍ପାଦନ କରିବାକୁ ବାରଣ କରାଯାଇଛି । କାରଖାନା ପରିସରକୁ 24 ଘଣ୍ଟିଆ ସାନିଟାଇଜ କରିବାକୁ ନିର୍ଦେଶ ଦିଆଯାଇଛି ।