ETV Bharat / bharat

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ଭାବରେ ବଢିପାରେ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟକାଳ - କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ

କୋରୋନା ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ନୂଆ ଅଧ୍ୟକ୍ଷର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇପାରିଲାନାହିଁ । ତେଣୁ ସୋନିଆ ଗାନ୍ଧୀଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯିବ ବୋଲି ଜଣାପଡିଛି ।

ସୋନିଆ ଗାନ୍ଧୀ
ସୋନିଆ ଗାନ୍ଧୀ
author img

By

Published : Jul 9, 2020, 3:58 PM IST

ନୂଆଦିଲ୍ଲୀ: କଂଗ୍ରେସ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବରେ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ତାଙ୍କର ଏହି କାର୍ଯ୍ୟକାଳ ଅଗଷ୍ଟ 10 ରେ ଶେଷ ହେବ । ତେବେ ନୂଆ ଅଧ୍ୟକ୍ଷ ଉପରେ ଏବେସୁଦ୍ଧା ନିଷ୍ପତ୍ତି ନିଆଯାଇ ନଥିବା ହେତୁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯିବ ବୋଲି ଜଣାପଡିଛି । ଏନେଇ ଖୁବ ଶୀଘ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ ।

କଂଗ୍ରେସର ଜଣେ ପଦାଧିକାରୀ ଏନେଇ କହିଛନ୍ତି, ଦଳର ସମ୍ବିଧାନ ଅନୁଯାୟୀ କାର୍ଯ୍ୟକାଳ ବିସ୍ତାର ପାଇଁ ବୈଠକ ଆବଶ୍ୟକ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ନୂଆ ଅଧ୍ୟକ୍ଷର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇପାରିଲାନାହିଁ । ଗତବର୍ଷ ସୋନିଆଙ୍କ ନିଯୁକ୍ତି ପରେ ଅକ୍ଟୋବର-ନଭେମ୍ବରରେ ମହାରାଷ୍ଟ୍ର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ହୋଇଥିଲା । ଏହାପରେ ଝାଡଖଣ୍ଡ ଏବଂ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହୋଇଥିଲା । ଯାହା ଫଳରେ ନୂଆ ଅଧ୍ୟକ୍ଷ ପାଇଁ ନିର୍ବାଚନ ପ୍ରକ୍ରିୟା ଅଟକି ଯାଇଥିଲା ।

ଗତବର୍ଷ ଅଗଷ୍ଟ 10 ତାରିଖରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାପରେ ସୋନିଆ ଗାନ୍ଧୀଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବରେ ନିଯୁକ୍ତି କରାଯାଇଥିଲା । 2019 ଲୋକସଭା ନିର୍ବାଚନରେ କଂଗ୍ରେସର ସୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.