ETV Bharat / bharat

ରାଜସ୍ଥାନ ରାଜନୈତିକ ସଙ୍କଟ, ବିଜେପି ବିରୋଧରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ - ବିଜେପି ବିରୋଧରେ କଂଗ୍ରେସର ବିଭୋକ୍ଷ ପ୍ରଦର୍ଶନ

ଶୁକ୍ରବାର ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଭାରତୀୟ ଜନତା ପାର୍ଟି ବିରୋଧରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଛି । କଂଗ୍ରେସ ରାଜ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଖଣ୍ଡନ କରିଛି ବୋଲି ଅଭିଯୋଗ କରିଛି ଦଳ ।

ବିକ୍ଷୋଭ ପ୍ରଦର୍ଶନ
ବିକ୍ଷୋଭ ପ୍ରଦର୍ଶନ
author img

By

Published : Jul 25, 2020, 1:02 PM IST

ଜୟପୁର : ରାଜସ୍ଥାନର ରାଜନୈତିକ ଡ୍ରାମା ଶେଷ ହେବାର ନାଁ ନେଉନାହିଁ । ବିଧାନସଭା ଅଧିବେଶନ ପାଇଁ ରାଜ୍ୟପାଳ ଅନୁମୋଦନ ନକରିବାକୁ ନେଇ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଇତି ମଧ୍ୟରେ ଶୁକ୍ରବାର ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଭାରତୀୟ ଜନତା ପାର୍ଟି ବିରୋଧରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଛି । କଂଗ୍ରେସ ରାଜ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଖଣ୍ଡନ କରିଛି ବୋଲି ଅଭିଯୋଗ କରିଛି ଦଳ ।

ସେପଟେ ରାଜନୈତିକ ସଙ୍କଟ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ମନ୍ତ୍ରୀ ପରିଷଦର ଏକ ବୈଠକ ଡାକିଛନ୍ତି। ଏହାପୂର୍ବରୁ ଶୁକ୍ରବାର ବିଳମ୍ବିତ ରାତିରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ରାତି ଦଶଟାରୁ ଆରମ୍ଭ ହୋଇଥିବା କ୍ୟାବିନେଟ ବୈଠକ ରାତି 12.30 ପର୍ଯ୍ୟନ୍ତ ଚାଲିଥିଲା।

ତେବେ ଅଶୋକ ଗେହଲଟ୍ ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟପାଳଙ୍କୁ ଦାବି କରୁଛନ୍ତି। ଏହି ଦାବି ଉପରେ କଂଗ୍ରେସ ବିଧାୟକମାନେ ଶୁକ୍ରବାର ଦିନ ରାଜ ଭବନରେ ଭିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେପଟେ ରାଜ୍ୟପାଳ କଲରାଜ ମିଶ୍ର କହିଛନ୍ତି ଯେ, ସେ ଏ ବାବଦରେ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ନେଉଛନ୍ତି ଏବଂ ସେମାନଙ୍କ ମତାମତ ନେବା ପରେ ହିଁ ସେମାନେ ଏ ବାବଦରେ ନିଷ୍ପତ୍ତି ନେଇ ପାରିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.